ମୁସ୍ଲିମମାନେ ହିନ୍ଧୁ ଝିଅଙ୍କୁ ଟାର୍ଗେଟ୍ କରିବା ବନ୍ଦ କରନ୍ତୁ; ଏନେଇ ଧର୍ମଗୁରୁମାନେ ଫତୱା ଜାରି କରିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଲୀ: ନୀଧି ଗୁପ୍ତା ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କର ମୁସ୍ଲିମ ଧର୍ମଗୁରୁଙ୍କୁ ଉପଦେଶ। ଯେମିତି ମୁସ୍ଲିମ ଯୁବକମାନେ ହିନ୍ଦୁ ଝିଅକୁ ଟାର୍ଗେଟ୍ ନ କରିବେ ଏଥିପାଇଁ ଧର୍ମଗୁରୁମାନେ ଫତୱା ଜାରି କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କୌଶାଲ କିଶୋର ସୂଚନା ଦେଇଛନ୍ତି। କାରଣ ଇସ୍ଲାମରେ ଝିଅଙ୍କ ପ୍ରତି ଏଭଳି ବ୍ଲାକ୍‌ମେଲିଂ ଓ ଟାର୍ଗେଟ୍ କରିବା ଘୃଣା କରାଯାଇଛି ବୋଲି କିଶୋର କହିଛନ୍ତି।

ନୀଧି ଗୁପ୍ତା ଓ ଶ୍ରଦ୍ଧା ୱାଲକେରଙ୍କ ମୃତ୍ୟୁ ମାମଲାକୁ ତୁଳନା କରି କେନ୍ଦ୍ରମନ୍ତ୍ରୀ କୌଶାଲ କିଶୋର କହିଛନ୍ତି ଯେ ବାରମ୍ବାର ହିନ୍ଦୁ ଝିଅଙ୍କୁ ଟାର୍ଗେଟ୍ କରାଯାଉଛି। ତେଣୁ ଏହାକୁ ରୋକିବା ପାଇଁ ମୁସ୍ଲିମ ଧର୍ମଗୁରୁମାନେ ଫତୱା ଜାରି କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ନୀଧିଙ୍କୁ ଉତ୍ତର ପ୍ରଦେଶ ଲକ୍ଷ୍ନୌରୁ ଛାତରୁ ଠେଲି ଦିଆଯାଇଥିବା ବେଳେ ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ଖଣ୍ଡ ଖଣ୍ଡ କରି କାଟି ଅତି ନୃଶଂସ ଭାବେ ମାରିଦିଆଯାଇଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ କୌଶାଲ କିଶୋର କହିଛନ୍ତି ଯେ ଇସ୍ଲାମ୍‌ରେ ଲିଭ୍‌-ଇନ ରିଲେସନସିପ୍‌କୁ ଅନୁମତି ନାହିଁ। ତେଣୁ ଯେଉଁମାନେ ଭଡା ଘରେ ଲିଭ୍‌—ନ୍‌ରେ ରହୁଛନ୍ତି ସେମାନଙ୍କୁ ଖୋଜି ବାହାର କରିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।

ଆଜି କେନ୍ଦ୍ରମନ୍ତ୍ରୀ ନୀଧିଙ୍କ ପରିବାରକୁ ଭେଟିଥିଲେ। ଅପରାଧିମାନଙ୍କୁ ଯୋଗୀ ସରକାର କଡ଼ା ଦଣ୍ଡ ଦେବେ ବୋଲି ସେ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ତେବେ ଲିଭ୍‌-ନ୍‌ରେ ରହିବା ଦ୍ୱାରା ଏଭଳି ଅପରାଧ ବଢୁଛି। ତେଣୁ ଶିକ୍ଷିତ ଝିଅମାନେ ଏମିତି ସମ୍ପର୍କକୁ ଆପଣାନ୍ତୁ ନାହିଁ ବୋଲି ମନ୍ତ୍ରୀ ଉପଦେଶ ଦେଇଛନ୍ତି।

ସୂଚନା ଥାଉକି ଅଭିଯୁକ୍ତ ସୁଫିଆନ ତା ପ୍ରେମିକାକୁ ୧୭ ବର୍ଷୀୟା ନୀଧିଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଛି। ଏହି ଅଭିଯୋଗରେ ଆଜି ୟୁପି ପୁଲିସ ଏନ୍‌କାଉଣ୍ଟର କରି ସୁଫିଆନ୍‌କୁ ଗିରଫ କରିଛି। ଏନ୍‌କାଉଣ୍ଟର ବେଳେ ସୁଫିଆନ୍‌ ଗୋଡ଼େର ଗୁଳି ବାଜିଥିଲା। ଗିରଫ ପରେ ସୁଫିଆନ ବିରୋଧରେ ୟୁପିର ଧର୍ମାନ୍ତରଣ ନିରୋଧ ଆଇନ ଧାରା ୩୦୨ ଏବଂ ସେକ୍‌ସନ ୩ ଏବଂ ୫(୧)ରେ ମାମଲ ରୁଜୁ ହୋଇଛି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.