AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲିମ୍ ଯୁବକଙ୍କ ଧର୍ମ ପରିବର୍ତ୍ତନ: ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

1/12/2020 at 11:12 AM

ଯମୁନା ନଗର ୧/୧୨: ହରିୟାଣା ସରକାର ଏବେ ଲଭ ଜିହାଦ ବିରୁଦ୍ଧରେ ଆଇନ୍ ବନାଇବା ପ୍ରସ୍ତୁତିରେ ଲାଗି ଗଲେଣି। ବିବାହ ପାଇଁ ଧର୍ମ ପରିବର୍ତ୍ତନକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି। ଏହି ସମୟରେ ହରିୟାଣାର ଯମୁନା ନଗରରେ ଜଣେ ଯୁବକ ହିନ୍ଦୁ ଯୁବତୀଙ୍କ ସହ ବିବାହ କରିବା ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି। ଯୁବକ ଏକ ମନ୍ଦିରରେ ହିନ୍ଦୁ ଧର୍ମ ଗ୍ରହଣ କରି ହିନ୍ଦୁ ରୀତି ନୀତିରେ ଯୁବତୀଙ୍କୁ ବିବାହ କରିଛନ୍ତି।

 ଯୁବତୀଙ୍କ ବୟସ ୧୯ ହୋଇଥିବାବେଳେ ଯୁବକଙ୍କ ବୟସ ୨୧। ଦମ୍ପତ୍ତି ପଞ୍ଜାବ ଏବଂ ହରିୟାଣା ହାଇ କୋର୍ଟରେ କହିଥିଲେ ଯେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି। ଯୁବତୀଙ୍କ ଘର ଲୋକେ ତାଙ୍କୁ ବନ୍ଦୀ କରି ପାରନ୍ତି। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଯମୁନା ନଗର ପୋଲିସର ସୁରକ୍ଷାରେ ସେମାନଙ୍କୁ ରଖାଯାଇଛି।

ଯୁବକଙ୍କ କହିବା ଅନୁସାରେ ସେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। ତାଙ୍କୁ ପ୍ରତି ମାସରେ ୧୫୦୦୦ଟଙ୍କା ବେତନ ମିଳେ। ଯୁବକଙ୍କ ଘରଲୋକଙ୍କୁ ତାଙ୍କ ସମ୍ପର୍କରେ କୌଣସି ଆପତ୍ତି ନାହିଁ। ସେମାନେ ଯୁବତୀଙ୍କୁ ସ୍ବୀକାର କରିବାକୁ ରାଜି ଅଛନ୍ତି। କିନ୍ତୁ ଯୁବତୀଙ୍କ ଘରଲୋକେ ଉଭୟଙ୍କ ସମ୍ପର୍କକୁ ବିରୋଧ କରୁଛନ୍ତି।

ନଭେମ୍ବର ୯ତାରିଖରେ ପ୍ରେମୀ ​ଯୁଗଳ ଘରଲୋକଙ୍କ ଇଚ୍ଛା ବିରୁଦ୍ଧରେ ମନ୍ଦିରରେ ବିବାହ କରିଥିଲେ। ଯୁବତୀଙ୍କ ଘରଲୋକେ ବିବାହ ବିଷୟରେ ଜାଣିବାରୁ ଉଭୟଙ୍କୁ ଧମକ ଦେବା ଆରମ୍ଭ କରି ଦେଇଥିଲେ।

 

 

 

 

   Related Posts