ନିମାପଡା ନିର୍ବାଚନମଣ୍ଡଳୀ ୨୬୩ ନମ୍ବର ବୁଥରେ ମୁସଲିମ ମହିଳାମାନେ ମତଦାନ ସାବ୍ୟସ୍ତ କରିଛନ୍ତି

Published By : Prameya-News7 Bureau | April 29, 2019 IST

ନିମାପଡା ୨୯/୪ : ଆଜି ରାଜ୍ୟର ୬ ଲୋକସଭା ଓ ୪୧ ବିଧାନସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି | ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଜିଲ୍ଲା ଅନ୍ତର୍ଗତ ୪୧ ବିଧାନସଭା ଆସନ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି | ନିମାପଡା ନିର୍ବାଚନମଣ୍ଡଳୀ ଗୋପ ୨୬୩ ନମ୍ବର ବୁଥରେ ମୁସଲିମ ମହିଳାମାନେ ନିଜର ମତଦାନ ସାବ୍ୟସ୍ତ କରିବାକୁ ଲମ୍ବା ଲାଇନ ଛିଡା ହୋଇଛନ୍ତି | ନିମାପଡା ନିର୍ବାଚନମଣ୍ଡଳୀ ୪୬ ଟି ପଞ୍ଚାୟତ ଓ ଗୋଟିଏ ଏନଏସିରେ ଚତୁର୍ଥ ପର୍ଯାୟରେ ମତଦାନ ପ୍ରକ୍ରିୟା ଚାଲିଛି | ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି | ମତଦାନ ଆମର ମୌଳିକ ଅଧିକାର ଏହାକୁ କେବେ ହାତଛଡା କରିବୁନାହିଁ ବୋଲି ମହିଳାମାନେ ମତଦେଇଛନ୍ତି |

{"id":108602}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.