ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ତଲାକ୍‌ ପାଇଁ କେବଳ ଫ୍ୟାମିଲି କୋର୍ଟ ଯାଇପାରିବେ ମୁସଲିମ୍‌ ମହିଳା: ମାଡ୍ରାସ୍‌ ହାଇକୋର୍ଟ

1/02/2023 at 10:19 PM

ନୂଆଦିଲ୍ଳୀ, ୦୧/୦୨: ତଲାକ୍‌ ପାଇଁ କେବଳ ଫ୍ୟାମିଲି କୋର୍ଟ ଯାଇପାରିବେ ମୁସଲିମ୍‌ ମହିଳା । ମଙ୍ଗଳବାର ଏହି ଶୁଣାଣି କରିଛନ୍ତି ମାଡ୍ରାସ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି ମୁସଲିମ୍‌ ମହିଳାଙ୍କୁ ‘ଖୁଲା’ (ତଲାକ) ପାଇଁ କେବଳ ଫ୍ୟାମିଲି କୋର୍ଟରେ ହିଁ କରିପାରିବେ। ଶରିୟତ ପରିଷଦ ଭଳି ଘରୋଇ ସଂସ୍ଥା ଦ୍ବାରା ତଲାକ୍‌ ମାନ୍ୟ ହେବନାହିଁ। ଅଦାଲତ କହିଛନ୍ତି ଘରୋଇ ସଂସ୍ଥା ଦ୍ବାରା ଜାରି କରାଯାଇଥିବା ‘ଖୁଲା’ ପ୍ରମାଣପତ୍ର ଆଇନତଃ ଅବୈଧ। ଘରୋଇ ସଂସ୍ଥା ଦ୍ବାରା ଦିଆଯାଇଥିବା ‘ଖୁଲା’ ବିବାହ ସମାପ୍ତ କରିବାର ନିଷ୍ପତ୍ତି ଦେଇପାରିବ ନାହିଁ।

ବିଚାରପତି ସି.ଶିବରାମନଙ୍କ ପୀଠ ତାମିଲନାଡୁ ​‌ତୌହିଦ ଜମାତ, ଚେନ୍ନାଇର ଶରିୟତ ପରିଷଦ ଦ୍ବାରା ଜାରି ଏକ ଖୁଲା ପ୍ରମାଣ ପତ୍ରକୁ ରଦ୍ଧ କରିଛନ୍ତି। ଏହା ସହ ଅଲଗା ହୋଇଥିବା ଦମ୍ପତ୍ତିକୁ ନିଜ ବିବାଦର ସମାଧାନ କରିବା ପାଇଁ ଅଦାଲତ କିମ୍ବା ତାମିଲନାଡୁ ଆଇନ ସେବା ପ୍ରାଧିକରଣ ନିକଟକୁ ଯିବାକୁ ନିର୍ଦେ୍ଦଶ ଦେଇଛନ୍ତି।

ପ୍ରକୃତରେ ଜଣେ ମହିଳା ୨୦୧୭ ରେ ଶରିୟତ ପରିଷଦରୁ ଖୁଲା ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ଯାହାକୁ ରଦ୍ଧ କରିବା ଆବେଦନ କରିଥିଲେ ମହିଳାଙ୍କ ସ୍ବାମୀ। ଆଉ ଏହି ଯାଚିକା ଉପରେ ଶୁଣାଣି କରି ଏହି କଥା କହିଛନ୍ତି କୋର୍ଟ। ଯାଚିକାକର୍ତ୍ତା ଏହା ଯୁକ୍ତି ଦେଇଥି​‌ଲେ ଯେ ତାମିଲନାଡୁ ସୋସାଇଟି ରେଜିଷ୍ଟେ୍ରସନ ଆକ୍ଟ ୧୯୭୫ ଅନୁଯାୟୀ ପଞ୍ଜୀକରଣ ଶରିୟତ ପରିଷଦ ପାଖରେ ଏହି ଭଳି ପ୍ରମାଣପତ୍ର ଜାରି କରିବାର କୌଣସି ଅଧିକାର ନାହିଁ।

ସେ ଅଦାଲତକୁ କହିଥିଲେ ଯେ ସେ ୨୦୧୭ରେ ବୈବାହିକ ଅଧିକାରକୁ ପୁନଃସ୍ଥାପନ କରିବା ପାଇଁ ଏକ ଯାଚିକା ମଧ୍ୟ ଦାୟର କରିଥିଲେ ଏବଂ ଏକତରଫା ଡିକ୍ରି ମଧ୍ୟ ପ୍ରାପ୍ତ କରିଥିଲେ। ଡିକ୍ରିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଯାଚିକା ଅତିରିକ୍ତ ପରିବାର ଅଦାଲତରରେ ଅଟକି ରହିଥିଲା।

ତେବେ ଯାଚିକାକର୍ତ୍ତାଙ୍କ ପତ୍ନୀଙ୍କ ଅନୁପସ୍ଥିତ ଯୋଗୁଁ କୋର୍ଟ ଯାଚିକାକର୍ତ୍ତା ଏବଂ ଶରିୟତ ପରିଷଦଙ୍କ ପକ୍ଷ ଶୁଣିଥିଲେ। ବିଚାରପତି କହିଥିଲେ କେବଳ ଏକ ନ୍ୟାୟିକ ମଞ୍ଚ ହିଁ ବିବାହ ଭଙ୍ଗ କରିବା ଆଦେଶ ପାରିତ କରିପାରିବେ। ବିଚାରପତି ଶିବରାମନ ଏହା ମଧ୍ୟ କହିଥିଲେ ଯେ ବଦର ସଇଦ ବନାମ ଭାରତ ସଂଘ(୨୦୧୭)  ମାମଲାରେ ମାଦ୍ରାସ ଉଚ୍ଚ ନ୍ୟାୟାଳୟ ଖାସିଙ୍କୁ ଖୁଲା ପ୍ରମାଣ ପତ୍ର ଜାରି କରିବା ଉପରେ ରୋକ୍‌ ଲଗାଇଥିଲେ।

   Related Posts