ମୁସଲମାନ ପୁରୁଷ ଏବଂ ହିନ୍ଦୁ ମହିଳାଙ୍କ ସନ୍ତାନ ଅବୈଧ ନୁହେଁ : ପୈତୃକ ସମ୍ପତ୍ତିରୁ ମିଳିବ ଭାଗ

Published By : Prameya-News7 Bureau | January 26, 2019 IST

ଜଣେ ହିନ୍ଧୁ ମହିଳା ଏବଂ ଜଣେ ମୁସଲମାନ ପୁରୁଷଙ୍କ ବିବାହ ବୈଧ ନହୋଇଥିଲେ ମଧ୍ୟ ତାଙ୍କ ଔରସରୁ ଜନ୍ମ ହୋଇଥିବା ସନ୍ତାନ ବୈଧ | ସୁପ୍ରିମକୋର୍ଟ କହିଛନ୍ତି ଯେ, ଘରଲୋକଙ୍କ ସହମତିରେ ଉଭୟଙ୍କ ବିବାହ ନହୋଇଥିଲେ ମଧ୍ୟ ତାଙ୍କ ଜନ୍ମିତ ସନ୍ତାନର ପୈତୃକ ସମ୍ପତ୍ତିରେ ପୁରା ଅଧିକାର ରହିଛି |

{"id":78416,"width":585,"height":393}


କେରଳ ହାଇକୋର୍ଟ ବିଚାରପତି ଏନବି ରମଣ ଏବଂ ଜଷ୍ଟିସ ଏମଏମ ଶାନ୍ତନଗୋଦରଙ୍କ ବେଞ୍ଚର ନିର୍ଦେଶକୁ ଅପରିବର୍ତ୍ତିତ ରଖି ସୁପ୍ରିମକୋର୍ଟ କହିଛନ୍ତି ଯେ, ମହମ୍ମଦ ଇଲୟାସ ଏବଂ ଉଇଲିଆମ୍ମାଙ୍କ ସନ୍ତାନ ବୈଧ ଏବଂ ତାଙ୍କ ପିତାଙ୍କ ସମ୍ପତ୍ତି ଉପରେ ତାଙ୍କର ହକ ଅଛି |

{"id":78415}


ସୂଚନାଯୋଗ୍ୟ ଯେ, ମହମ୍ମଦ ଇଲୟାସ ମୁସଲମାନ ହୋଇଥିବା ବେଳେ ତାଙ୍କ ପତ୍ନୀ ଉଇଲିଆମ୍ମା ହିନ୍ଦୁ | ଉଭୟଙ୍କ ଶମସୁଦ୍ଦିନ ନାମକ ଏକ ପୁତ୍ର ସନ୍ତାନ ରହିଛି | ମହମ୍ମଦ ଏବଂ ଉଇଲିଆମ୍ମାଙ୍କୁ ପରସ୍ପର ସହ ପ୍ରେମ ହୋଇଯାଇଥିଲା | ଉଭୟ ଘରଲୋକଙ୍କୁ ନଜଣାଇ ଲୁଚିଛପି ବିବାହ କରିଥିଲେ | ଏବେ ଶମସୁଦ୍ଦିନ ପିତାଙ୍କ ସମ୍ପତ୍ତିରେ ନିଜ ଅଧିକାର ଦାବି କରିବାରୁ ମହମ୍ମଦଙ୍କ ଘରଲୋକେ ମନା କରିଦେଇଥିଲେ | ଶମସୁଦ୍ଦିନଙ୍କ ଦାଦା ପୁଅ ଭାଇମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ସେମାନେ ଅଭିଯୋଗ କରିଥିଲେ ଯେ, ଶମସୁଦ୍ଦିନଙ୍କ ବାପା ମା ଆଇନ ଅନୁସାରେ ବିବାହ କରିନାହାନ୍ତି ଏବଂ ବିବାହ ବେଳେ ଶମସୁଦ୍ଦିନର ମା ହିନ୍ଦୁ ଥିଲେ | ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି |

{"id":78417}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.