ରୋଗରେ ପଡିଥିବା ସ୍ତ୍ରୀ ହସ୍ପିଟାଲ ନେବାକୁ କହିବାରୁ ସ୍ବାମୀ କହିଲା ‘ତଲାକ୍… ତଲାକ୍… ତଲାକ୍’, ତାପରେ ଛୁରୀରେ କାଟି ଦେଲା ଅଣ୍ଟାକୁ
17/01/2019 at 4:21 PM

ବାଲେଶ୍ବର ୧୭|୧: ପାରିବାରିକ କଳହ ଯେ ଏତେ ଭୟଙ୍କର ରୂପ ନେବ ତାହା ବିଶ୍ବାସ କରିହେଉନି । ଡାକ୍ତରଖାନା ନେବାକୁ ସ୍ବାମୀକୁ, ସ୍ତ୍ରୀ କହିଲା । ହେଲେ ସ୍ବାମୀ ସଫା ସଫା ମନାକରିଦେଲା । ଏହାକୁ ନେଇ ଉଭୟ ଯୁକ୍ତି ତର୍କ ଲାଗିଲେ । ରାଗରେ ସ୍ବାମୀ ପାଟିରୁ ତିନି ଥର ତଲାକ୍ ବାହାରିପଡିଲା । ଏହାର ପ୍ରତିବାଦ କରିବାରୁ ସ୍ତ୍ରୀର ପିଠିକୁ ଛୁରୀରେ କାଟିଦେଲା ସ୍ବାମୀ । ବାଲେଶ୍ବର ସଦର ଥାନା ଜଙ୍ଖରାଇ ଗାଁର ଏହି ଘଟଣା ।

ସ୍ତ୍ରୀର ପିଠିକୁ ଛୁରୀରେ କାଟିଦେଲା ସ୍ବାମୀ । ଅଭିଯୋଗ ଆସିଛି ବାଲେଶ୍ବର ସଦର ଥାନା ଜଙ୍ଖରାଇ ଗାଁରୁ । ସ୍ତ୍ରୀ ରସିଦାଙ୍କ ଦେହ ଖରାପ ଥିଲା । ସ୍ବାମୀ ଜୈନୁଲଙ୍କୁ କହିଲେ ଡାକ୍ତରଖାନା ନେବାକୁ । ହେଲେ ରସିଦାଙ୍କ କଥାକୁ ଗୁରୁତ୍ବ ନଦେଇ କୁଆଡ଼େ ବାହାରକୁ ପଳାଇଲେ ଜୈନୁଲ । ଘକୁ ଫେରିବା ପରେ ପୁଣି ହସ୍ପିଟାଲ ନେବାକୁ ରସିଦା କହିଲେ । ହେଲେ ସ୍ବାମୀ ସଫ ସଫା ମନା କରିଦେଲେ ନେବା ପାଇଁ । ଏହାକୁ ନେଇ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ଲାଗିଲା । ଆଉ ରାଗ ପଞ୍ଚମକୁ ଉଠିଯିବାରୁ ଜୈନୁଲଙ୍କ ପାଟିରୁ ୩ଥର ତଲାକ୍ ବାହାରିପଡ଼ିଲା । ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କ ଦେହରେ କିରୋସିନୀ ଢାଳିଦେବା ସହ ଛୁରୀରେ ପିଠି ଏବଂ ଅଣ୍ଟାକୁ ହାଣିଲା ସ୍ବାମୀ ।

ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ରସିଦାଙ୍କୁ । ସେପଟେ ରସିଦାଙ୍କ ଭାଇ ଏନେଇ ସଦର ଥାନାରେ ଏକ ମାମଲା ରୁଜ୍ଜୁ କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ଜୈନଲୁକୁ ପଚରା ଉଚରା ଚାଲିଛି ।
ତିନି ତଲାକ୍କୁ ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି । ହେଲେ ମୁସଲିମ୍ ପୁରୁଷଟିଏ ସେଇ ପୁରୁଣା ପରମ୍ପରାକୁ ଜାବୁଡ଼ି ଧରି ପତ୍ନୀକୁ ଦେଉଛି ଅକଥନୀୟ ନିର୍ଯାତନା ।