ବେଙ୍ଗାଲୁରୁ ୦୯/୧୨ : କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ସାମାଜିକ ସଦ୍ଭାବ ମାମଲା ସାମ୍ନାକୁ ଆସିଛି। ଜଣେ ମୁସଲମାନ ବ୍ୟକ୍ତି ବଡ ହନୁମାନ ମନ୍ଦିର ନିର୍ମାଣ ପାଇଁ ସ୍ୱଇଚ୍ଛାରେ ନିଜ ଜମି ଦାନ କରିଛନ୍ତି। ଜମିର ମୂଲ୍ୟ କୋଟି କୋଟି ଟଙ୍କା। ଛୋଟ ହନୁମାନ ମନ୍ଦିରରେ ପୂଜା କଲାବେଳେ ଲୋକଙ୍କୁ ସମସ୍ୟା ହେଉଥିଲା। ପୂଜା କରିବାକୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। ସେଥିପାଇଁ ଛୋଟ ମନ୍ଦିର ବଦଳରେ ବଡ ମନ୍ଦିର ନିର୍ମାଣ ପାଇଁ ସେ ନିଜ ଜମି ଦାନ କରିଛନ୍ତି।
ମନ୍ଦିର ପାଇଁ ନିଜ ଜମି ଦାନ କରିଥିବା ମୁସଲମାନ ବ୍ୟକ୍ତି ହେଲେ ଏଚ.ଏମ.ଜି ବାଷା। ୬୫ ବର୍ଷ ବୟସ୍କ ବାଷା କାର୍ଗୋ ବ୍ୟବସାୟ କରନ୍ତି। ସେ ବେଙ୍ଗାଲୁରୁ କାଡୁଗୋଡ଼ି ଅଞ୍ଚଳରେ ରୁହନ୍ତି। ବେଙ୍ଗାଲୁରୁ ମାୟଲାପୁରା ଅଞ୍ଚଳରେ ତାଙ୍କର ୩ ଏକର ଜମି ଅଛି। ଏହି ଜମିର ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ। ସେହି ଜମି ସାଇଡରେ ଏକ ପ୍ରାଚୀନ ହନୁମାନ ମନ୍ଦିର ଅଛି। ଏହି ମନ୍ଦିରରେ ଲୋକନ୍କ ଅତୁଟ ଆସ୍ଥା ରହିଛି। ସେଥିପାଇଁ ପ୍ରତିଦିନ ସେଠାରେ ବହୁ ସଂଖ୍ୟାରେ ଭକ୍ତ ଜମା ହୁଅନ୍ତି।
{"id":375032,"sizeSlug":"large","linkDestination":"none"}ମନ୍ଦିର ଛୋଟ ହୋଇଥିବାରୁ ଭକ୍ତ ଜମା ହେବାପରେ ଅସୁବିଧା ହୋଇଥାଏ। ମନ୍ଦିର କମିଟି ମଧ୍ୟ ପୂର୍ବରୁ ମନ୍ଦିର ବିସ୍ତାର ପାଇଁ ଯୋଜନା କରିଥିଲା। କିନ୍ତୁ ମନ୍ଦିର କମିଟି ପାଖରେ ଜମି ନଥିଲା। ସେହି ମନ୍ଦିର ସାଇଡରେ ବାଷାଙ୍କ ଜମି ଥିଲା। କିନ୍ତୁ ମନ୍ଦିର କମିଟି ଜମି ପାଇଁ ତାଙ୍କ ସହ କଥା ହେବାକୁ କୁଣ୍ଠାବୋଧ ପ୍ରକାଶ କରୁଥିଲେ। ଦିନେ ସେ ଦେଖିଲେ ଭକ୍ତ ବହୁତ କମ ଜାଗାରେ ପୂଜା କରୁଛନ୍ତି। ଭକ୍ତଙ୍କ ଅସୁବିଧା ଦେଖି ସେ ନିଜେ ମନ୍ଦିର କମିଟି ସହ କଥା ହୋଇ ନିଜ ଜମି ଦାନ କରିବାକୁ କହିଛନ୍ତି।
ମିଡ଼ିଆ ରିପୋର୍ଟ ଅନୁଯାୟୀ, ଏହି ଜମି ପୁରୁଣା ମାଡ୍ରାସ ରୋଡର ମୁଖ୍ୟ ସଡକରେ ରହିଛି। ବାଷାଙ୍କ ଏହି ମହତ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି। ତାଙ୍କୁ ଧନ୍ୟବାଦ ଦେବାକୁ ଲୋକେ ମନ୍ଦିର ପାଖରେ ତାଙ୍କର ପୋଷ୍ଟର ମଧ୍ୟ ଲଗାଇଛନ୍ତି। ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି।