ମା’ କାଳୀଙ୍କ ଭକ୍ତିରେ ମୁସଲିମ୍‌ ପରିବାର, ୧୦ ବର୍ଷ ହେବ ନିଜ ଘରେ କରୁଛନ୍ତି ପୂଜା

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ ୧୬।୧୧: ଦିପାବଳୀରେ ଧରାବତରଣ କରନ୍ତି ମା କାଳୀ । ହିନ୍ଦୁ ରୀତିନୀତିରେ ଖୁବ୍‌ ଧୁମ୍‌ଧାମ୍‌ରେ ମାଙ୍କୁ କରାଯାଏ ସ୍ବାଗତ । କିନ୍ତୁ ଏମିତି ଏକ ମୁସଲିମ୍‌ ପରିବାର ଅଛନ୍ତି ଯିଏକି ମାଙ୍କର କରିଛନ୍ତି ପୂଜା । ସେ ପୁଣି ବର୍ଷେ କି ୨ବର୍ଷ ନୁହେଁ, ବରଂ ୧୦ ବର୍ଷ ହେଲାଣି କରୁଛନ୍ତି ପୂଜା । ଖାସ୍‌ କଥା ହେଉଛି ପୂଜା ପାଇଁ କୌଣସି ହିନ୍ଦୁ ପୁରୋହିତ ଏଥିରେ ସାମିଲ୍‌ କରାଯାଏନି ବରଂ ତାଙ୍କ ପରିବାର ସଦସ୍ୟ ହିଁ ମା କାଳୀଙ୍କର ପୂଜା କରିଥାନ୍ତି ।

{"id":870471,"sizeSlug":"full","linkDestination":"none"}

ଶୁଣି ଆଶ୍ଚର୍ଯ୍ୟ ହେବେ ମାଙ୍କର ପୂଜା କରିବା ନେଇ ତାଙ୍କ ସହ ସବୁ ସମ୍ପର୍କ ଭାଙ୍ଗି ଦେଇଛନ୍ତି ପୁରା ମୁସଲିମ୍‌ ସମାଜ । ଏହାବାଦ୍‌ ବି ସେ ମାଙ୍କର କରୁଛନ୍ତି ପୂଜା । ଘଟଣାଟି ତ୍ରିପୁରା ରାଜଧାନୀ ଅଗରତଲା ସ୍ଥିତ ଆମତାଲି ଅଞ୍ଚଳରେ ଦେଖିବାକୁ ମିଳିଛି । ପୂଜା କରୁଥିବା ଏହି ବ୍ୟକ୍ତିଙ୍କର ନାଁ ହେଉଛି କାଶେମ ମିଆଁ । ସେ ମୁସଲମାନ ହୋଇଥିଲେ ମଧ୍ୟ ୧୦ବର୍ଷ ହେବ କାଳୀ ପୂଜା କରିଛନ୍ତି । ଚଳିତ ବର୍ଷ ଦୀପାବଳି ଅବସରରେ ମଧ୍ୟ କାଶେମ ମିଆଁ ମାଆ କାଳୀଙ୍କ ପୂଜାର୍ଚ୍ଚନା କରିଛନ୍ତି ଏବଂ ୧୫୦୦ ଲୋକଙ୍କୁ ଭୋଜନ କରାଇଛନ୍ତି ।

{"id":870473,"width":839,"height":559,"sizeSlug":"full","linkDestination":"none"}

କାଶିମଙ୍କ ପିତାଙ୍କ କହିବା ଅନୁଯାୟୀ, କାଶେମ୍‌ ମାଙ୍କର ସ୍ବପ୍ନାଦେଶ ହୋଇଥିଲା ଦିପାବଳୀରେ କାଳୀ ପୂଜା କରିବା ପାଇଁ । ଇସ୍‌ଲାମ୍‌ ଧର୍ମର ହୋଇଥିବାରୁ ପ୍ରଥମେ କାଳୀପୂଜା ପାଇଁ ରାଜି ହୋଇନଥିଲେ ପରିବାର ଲୋକେ । ଶେଷରେ ତାଙ୍କୁ ହିନ୍ଦୁ ଦେବୀଙ୍କ ପୂଜାର୍ଚ୍ଚାନା କରିବାକୁ ବାଧ୍ୟ ହୋଇଥିଲେ । କାରଣ କାଶେମ୍‌ଙ୍କର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ଏହାପରେ ତାଙ୍କ ପରିବାର ଆରମ୍ଭ କରିଥିଲେ କାଳୀପୂଜା ।

{"id":870483,"sizeSlug":"full","linkDestination":"none"}

ସର୍ବପ୍ରଥମେ ୨୦୧୪ରେ ଆୟୋଜିତ ହୋଇଥିଲା ମାଙ୍କ ପୂଜା । ସବୁଠାରୁ ଖାସ୍‌ କଥା ହେଉଛି କାଶେମ ମିଆଁ ବର୍ଷକୁ ଥରେ ମାଙ୍କ ପୂଜାର୍ଚ୍ଚନା କରିଥାନ୍ତି। କିନ୍ତୁ ସେ ହିନ୍ଦୁ ଧର୍ମର ପ୍ରଚାର କରନ୍ତିନି କି ଏହାକୁ ଗ୍ରହଣ କରିନାହାଁନ୍ତି । କାଶେମ ମିଆଁ ନିଜ ପରିବାର ସଦସ୍ୟଙ୍କ ସହିତ ଦୈନନ୍ଦିନ ଜୀବନରେ ଇସଲାମ ଧର୍ମକୁ ଅନୁସରଣ କରିଥାନ୍ତି । ସେ ଦିନକୁ ୫ ଥର ଇସଲାମୀୟ ଧାର୍ମିକ ପ୍ରାର୍ଥନା ନମାଜ ପଢିଥାନ୍ତି।

{"id":870475,"sizeSlug":"full","linkDestination":"none"}

କିନ୍ତୁ ମୁସଲମାନ ହୋଇ କାଳୀ ପୂଜା କରିବା ତାଙ୍କ ପରିବାର ପାଇଁ  ଆଣିଦେଇଛି ଅନେକ ସାମାଜିକ ପ୍ରତିବନ୍ଧକ । ସ୍ଥାନୀୟ ମୁସଲମାନ ତାଙ୍କର ମସଜିଦ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏମିତିକି ନିଜ ସମାଜରୁ ତାଙ୍କୁ ପୃଥକ କରି ଦେଇଛନ୍ତି । ଏପରିକି ତାଙ୍କ ପରିବାର ସଦସ୍ୟଙ୍କୁ ଇସଲାମ ଗୋଷ୍ଠୀ ପକ୍ଷରୁ ନିରନ୍ତର ଧମକ ଦିଆଯିବା ସହ ଅତ୍ୟାଚାର କରିବା ଜାରି ରହିଛି । ଅନ୍ୟପଟେ ହିନ୍ଦୁ ସମାଜ ମଧ୍ୟ ତାଙ୍କୁ ହିନ୍ଦୁ ଭାବରେ ଗ୍ରହଣ କରିନି ।

You Can Read:

wp:embed {"url":"https://www.prameyanews7.com/which-animal-has-alcohol-in-milk-all-you-need-to-know-about-it/","type":"wp-embed","providerNameSlug":"prameya-news-7"}
https://www.prameyanews7.com/which-animal-has-alcohol-in-milk-all-you-need-to-know-about-it/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.