ଭିକାରିଙ୍କୁ ନିର୍ଦ୍ଧୁମ୍‌ ପିଟିଲେ : କହିଲେ, ‘ପାକିସ୍ତାନ ପଳା, ସେଠି ଭିକ ମିଳିବ’ ; ଭିଡିଓ ଭାଇରାଲ ପରେ ଆକ୍ସନ୍

Published By : Prameya-News7 Bureau | August 24, 2021 IST

ଅଜମେର ୨୪/୦୮ : ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭିକ ମାଗିବାକୁ ଆସିଥିବା ୨ ଜରଙ୍ତକୁ ନିସ୍ତୁକ ପିଟିଛନ୍ତି ସ୍ଥାନୀୟ କିଛି ଲୋକେ । କେବଳ ସେତିକି ନୁହେଁ ସେଠାରେ ଉପସ୍ଥିତି କିଛି ଲୋକ ପାକିସ୍ତାନ ଚାଲିଯିବାକୁ କହୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାକୁ ନେଇ ଅଜମେର ପୋଲିସ ୫ ଜଣଙ୍କୁ ଗିରଫ କରିଛି । AIMIM ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି ।

ମିଳିଥିବା ସୂଚନା ଅନୁସା​‌ରେ, ଅଜମେର ଜିଲ୍ଲା ରାମଗଞ୍ଜ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିଛି ଲୋକ, ୨ ଜଣ ଭିକାରିଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳୁଛି । ସେମାନଙ୍କୁ ଏଥିପାଇଁ ପିଟୁଥିଲେ ଯେ, ଏମାନେ ଅନ୍ୟ ସମ୍ପ୍ରଦାୟର । ଭାଇରାଲ ଭିଡିଓ ମୁତାବକ, ଜଣେ ଯୁବକ ଭିକାରିଙ୍କୁ ମାଡ ମାରିବା ସହିତ ସେମାନଙ୍କୁ କହୁଛି ଯେ, ‘ଯା ତୁ ପାକିସ୍ତାନ ଚାଲିଯା… ସେଠି ତତେ ଭିକ ମିଳିବ…।’

wp:embed {"url":"https://twitter.com/hussainhaidry/status/1429832683174055938","type":"rich","providerNameSlug":"twitter","responsive":true}
https://twitter.com/hussainhaidry/status/1429832683174055938
/wp:embed

ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ମଧ୍ୟ ଆକ୍ସନ ନେଇଛି । ରାମଗଞ୍ଜ ଥାନାଧିକାରୀ ସତ୍ୟେନ୍ଦ୍ର ନେଗୀ କହିଛନ୍ତି, ‘ଅଜମେରର ସୁଭାଷନଗରରେ ଏହି ଘଟଣା ଘଟିଛି । ଗତ ଅଗଷ୍ଟ ୨୧ ତାରିଖରେ ଏହା ଘଟିଥିଲା । ମାଡ ଖାଇଥିବା ବ୍ୟକ୍ତିଙ୍କ ପରିବାର ଲୋକ ତଥା ସେମାନଙ୍କୁ ଯାଞ୍ଚ କରାଯାଇଥିଲା କିନ୍ତୁ ସେମାନଙ୍କ ପରିଚୟ ମିଳିପାରି ନାହିଁ । ତେଣୁ ପୋଲିସ ଘଟଣାକୁ ସମ୍ବେଦନଶୀଳ ଭାବେ ନେଇ ନିଜ ଆଡୁ ମାମଲା ରୁଜୁ କରିବା ସହିତ ତଦନ୍ତ କରି ମାରପିଟ୍‌ କରିଥିବା ଲଳିତ୍‌ ଶର୍ମା ସହ ଅନ୍ୟ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଧାରା ୧୫୧ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।’

ସୂଚନା ଅନୁସାରେ, ମୁସଲିମ ସମ୍ପ୍ରଦାୟର ୨ ଜଣ ବ୍ୟକ୍ତି ନିକଟସ୍ଥ ଏକ ଗାଁକୁ ଯାଇଥିଲେ । ସେଠାରେ କିଛି ଲୋକ ଆସି ସେମାନଙ୍କୁ ଘେରିଯିବା ସହିତ ମାଡ ମାରିଥିଲେ ଏବଂ କହିଥି​‌ଲେ ପାକିସ୍ତାନ ଯାଇ ଭିକ ମାଗିବା ପାଇଁ । ଘଟଣାକୁ ନେଇ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ସେମାନେ ନିଜ ଧର୍ମ ପରିବର୍ତ୍ତନ କରି ସେହି ଗାଁକୁ ଯାଇଥିଲେ । ସେଥିପାଇଁ ଏଭଳି କାଣ୍ଡ ଘଟିଥିଲା । ସେପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଯିଏକି ମାଡ ମାରୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା ତା ବିରୁଦ୍ଧରେ ୯ଟି ସଙ୍ଗୀନ ଦଫା ଲଗାଯାଇ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ବିରୁଦ୍ଧରେ ପୋକ୍ସୋ ଆଇନରେ ମଧ୍ୟ ମାମଲା ରୁଜୁ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.