scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲିଯାତ୍ରାରେ ମୁସକାନ୍ ସ୍ପାଇସେସ୍ ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ, ଦୁଇଟି କିଣିଲେ ଗୋଟିଏ ଫ୍ରିର ଅଫର୍

4/12/2023 at 6:31 PM

କଟକ ୪।୧୨: ବାଲିଯାତ୍ରା ପଡିଆରେ ମୁସକାନ ସ୍ପାଇସେସ୍ ଷ୍ଟଲରେ ଗ୍ରାହକଙ୍କ ଭିଡ । ଉପର ବାଲିଯାତ୍ରା ପଡ଼ିଆରେ ଥିବା ମୁସକାନ ଷ୍ଟଲରେ ସ୍ବତନ୍ତ୍ର ବାଲିଯାତ୍ରା ଅଫର୍ ଦିଆଯାଉଛି । ଗୋଟିଏ କିଣିଲେ ଗୋଟିଏ ଫ୍ରି ସହ ଅଧିକ ଟଙ୍କାର ଜିନିଷ କିଣିଲେ ବିଭିନ୍ନ ଉପହାର ଯୋଜନା ମଧ୍ୟ ରହିଛି । ସେହିପରି ମୁସକାନ ବିସ୍କୁଟ ଉପରେ ମଧ୍ୟ ଦୁଇଟି କିଣିଲେ ଗୋଟିଏ ଫ୍ରିର ଅଫର୍ ରହିଛି । ତେଣୁ ଏହି ଷ୍ଟଲରେ ଗ୍ରାହକଙ୍କ ବେଶ୍ ଭିଡ ଜମୁଛି ।

ସେପଟେ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ  ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ  ଆବଶ୍ୟକ  ପଦକ୍ଷେପ  ନେବା  ପାଇଁ  ମୁଖ୍ୟମନ୍ତ୍ରୀ  ଜିଲ୍ଲା  ପ୍ରଶାସନ କୁ ନିର୍ଦ୍ଦେଶ  ଦେଇଛନ୍ତି ।

ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି । ଏଥିରେ ବିପୁଳ ଜନ ସମାଗମ ହେଉଛି । କାର୍ତ୍ତିକ ପୂର୍ଣ୍ଣିମାରୁ  ଆରମ୍ଭ  ହୋଇଥିବା  ବାଲିଯାତ୍ରା  ସୋମବାର  ଶେଷ  ହେବାର  ଥିଲା । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଏହା ମଙ୍ଗଳବାର ଦିନ ଶେଷ ହେବ ।

ଆହୁରି ଦୁଇ ଦିନ ବଢିପାରେ ବାଲିଯାତ୍ରା, ସରକାରଙ୍କୁ ନିବେଦନ କଲେ କଟକ ମେୟର

ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଗୋଟିଏ କିମ୍ବା ଦୁଇ ଦିନ ବୃଦ୍ଧି କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲା କଟକ ମେୟର ସୁବାସ ସିଂ । ରବିବାର ଏନେଇ ଭୁବନେଶ୍ୱର ଯାଇ ରାଜ୍ୟ ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ଦିଆଯାଇଛି । ସୋମବାର ଏହା ଉପରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି କଟକ ମେୟର ସୁବାସ ସିଂ ସୂଚନା ଦେଇଥିଲେ ।

ବାଲିଯାତ୍ରା ଆଉ ଦୁଇ ଦିନ ବୃଦ୍ଧି କରିବାକୁ କଟକ ମେୟର ସୁବାସ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ବାଲିଯାତ୍ରା ସୂଚାରୁ ଢଙ୍ଗରେ ପରିଚାଳିତ ହେଉଛି । ବ୍ୟବସାୟୀଙ୍କ ବ୍ୟବସାୟ ଲାଗି ଭରପୁର ସୁଯୋଗ ମିଳୁଛି । ତେଣୁ ବାଲିଯାତ୍ରାକୁ ଅନ୍ତତଃପକ୍ଷେ ଦୁଇ ଦିନ ବୃଦ୍ଧି କରାଯାଇ ୬ ତାରିଖ ବୁଧବାର ଯାଏ ମେଳା ଆୟୋଜନ କରିବାକୁ ଅନୁମତି ଦିଆଯାଉ ବୋଲି ମେୟର ଅନୁରୋଧ କରିଛନ୍ତି ।

You Can Read :

   Related Posts