oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ୍‌ ଖାନ୍‌ଙ୍କ ଦେହାନ୍ତ, ୪୨ବର୍ଷରେ ପରଲୋକ

1/06/2020 at 7:09 AM

ମୁମ୍ବାଇ ୦୧।୦୬: ଚଳିତ ବର୍ଷ ବଲିଉଡ଼ ପାଇଁ ଅନେକ ଦୁଃଖଦ ଖବର ଦେଇଛି । ଯେପରି କିଛି ଦିନ ତଳେ ଅଭିନେତା ଇର୍‌ଫାନ୍‌ ଖାନ୍‌ , ରିଷି କପୁରଙ୍କ ଦେହାନ୍ତ ହୋଇଥିଲା । ବଲିଉଡ୍‌ର ଏହି ଦୁଇ ବରିଷ୍ଠ ଅଭିନେତାଙ୍କୁ ହରାଇ ଶୋକରେ ବୁଡିଥିବା ବେଳେ ଆଉ ଏକ ଦୁଃଖଦ ଖବର ଆସିଛି । ତାହା ହେଉଛି ବଲିଉଡ଼ର ସଙ୍ଗୀତ ନିର୍ଦ୍ଦେଶକ ଓ୍ୱାଜିଦ୍‌ ଖାନ୍‌ଙ୍କ ମୃତ୍ୟୁ ହୋଇଛି । ଗତକାଲି ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ଦୀର୍ଘଦିନ ହେବ ରୋଗରେ ପୀଡିତ ଥିଲେ , ଏବଂ ମେଡିକାଲରେ ଚିକିତ୍ସା ଜାରି ରହିଥିଲା । ବଲିଉଡ଼ରେ  ଦୁଇ ଭାଇ ସାଜିଦ-ଓ୍ୱାଜିଦ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ । ସେମାନଙ୍କୁ  ସାଜିଦ-ଓ୍ୱାଜିଦ ନାଁର ଜଣାଯାଉଥିଲା । ତେବେ ଓ୍ୱାଜିଦ୍‌ଙ୍କ ମୃତ୍ୟୁ ଖବର ଶୁଣି ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି ।  

ସୂଚନାନୁସାରେ, ଓ୍ୱାଜିଦ୍‌ ଖାନ୍‌ଙ୍କୁ କୀଡ୍‌ନୀ ରୋଗରେ ପୀଡିତ ଥିଲେ , ତାଙ୍କ ସ୍ୱାସ୍ଥ୍ୟବସ୍ଥା ବଗିଡିବାରୁ ତାଙ୍କୁ ମୁମ୍ବାଇ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁମ୍ବାଇର ଚିମ୍ବୁର ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା ।   ଶେଷରେ ଗତକାଲି ବିଳମ୍ବିତ ରାତିରେ ଆଖୁବୁଜି ଦେଇଛନ୍ତି ଓ୍ୱାଜିଦ୍‌ ଖାନ୍‌ । ମାତ୍ର ୪୨ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଛି । କିଛି ଦିନ ତଳେ ତାଙ୍କ କୀଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନଥିଲା । ତେବେ ରବିବାର ଦିନ ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପୂରା ବିଗିଡାବକୁ  ଲାଗିଥିଲା । ଡାକ୍ତରଙ୍କୁ ବହୁ ଉଦ୍ୟମ ପରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରିନଥିଲେ । କୀଡନୀ ରୋଗ ଯୋଗୁଁ ତାଙ୍କ ଇମ୍ୟୁନିଟି ଲେବଲ ବହୁତ କମ୍‌ ହୋଇଯାଇଥିଲା ।

ଓ୍ୱାଜିଦ୍‌ ଖାନ୍‌ଙ୍କ ମୃତ୍ୟୁ ପରେ ବଲିଉଡ୍‌ର ଅନେକ ହସ୍ତି ଶୋକ ଜାହିର କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ସଲୀମ ଟ୍ୱିଟ୍‌ କରି କହିଛନ୍ତି ଯେ, ମୋ ଭାଇ ଓ୍ୱାଜିଦ୍‌ଙ୍କ ମୃତ୍ୟୁର ଖବର ଶୁଣି ମୁ ବହୁତ ଦୁଃଖିତ । ଆଲ୍ଲା ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ । ସଙ୍ଗୀତ ଜଗତ ପାଇଁ ଏହା ବହୁତ ବଡ କ୍ଷତି ବୋଲି ମଧ୍ୟ କହିଛନ୍ତି । ସେହିପରି ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ମଧ୍ୟ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଏହା ଏକ ଦୁଃଖଦ ସମାଚାର । ଗୋଟିଏ କଥା ମୋତେ ସବୁବେଳେ ମନେ ରହିବ ଓ୍ୱାଜିଦ୍‌ ଭାଇଙ୍କ ହସ । ସବୁବେଳ ହସୁଥାନ୍ତି ଓ୍ୱାଜିଦ୍ ଭାଇ । ଆପଣ ବହୁତ ଜଲ୍‌ଦି ଆମକୁ ଛାଡି ଚାଲିଗଲେ । ତାଙ୍କ ପରିବାରଙ୍କୁ ଭଗବାନ ଶକ୍ତି ଦିଅନ୍ତୁ ।

ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ପ୍ୟାର୍‌ କିଆ ତୋ ଡରନା କ୍ୟାୟ ’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ । ୧୯୯୮ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଦୁଇ ଭାଇ ସାଜିଦ-ଓ୍ୱାଜିଦ୍‌ ମିଶି ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲା । ଓ୍ୱାଜିଦ୍‌ ଖାନ୍‌ ମଧ୍ୟ ଗୀତ ଗାଉଥିଲେ ।  ଏହି ଯୋଡି ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଚାଲିଲେ । ଦୁଇ ଭାଇଙ୍କ ହିଟ୍‌ ଫିଲ୍ମ ମଧ୍ୟରୁ ଚୋରି ଚୋରି, ପାର୍ଟନର, ମୁଝ୍‌ସେ ସାଦି କରୋଗୀ, ହଲୋ ବ୍ରଦର, ଓ୍ୱାଣ୍ଟେଡ଼, ଦବଙ୍ଗ, ଦବଙ୍ଗ-୨, ଦବଙ୍ଗ-୩ ଭଳି ଫିଲ୍ମ ସାମିଲ ରହିଛି । ସାଜିଦ-ଓ୍ୱାଜିଦ୍‌ ଯୋଡି କିଛି ଦିନ ତଳେ ସଲମାନ ଖାନ୍‌ଙ୍କ ପାଇଁ ଭାଇ-ଭାଇ କମ୍ପୋଜ କରିଥିଲେ ।

   Related Posts