ଚର୍ଚ୍ଚାରେ ମସରୁମ୍ ମୁଦି: ଯେଉଁଥିରେ ଲାଗିଛି ୨୪୬୭୯ ହୀରା, ଗିନିଜ୍‌ ୱାର୍ଲ୍‌ଡ ରେକର୍ଡରେ ପାଇଛି ସ୍ଥାନ

Published By : Prameya-News7 Bureau | July 17, 2022 IST

ନୂଆଦିଲ୍ଲୀ ୧୭/୦୭: ମୁଦି ତିଆରି କରି ଗିନିଜ୍ ୱାର୍ଲ୍ଡ ରେକର୍ଡ। କେରଳର  ଅନ୍ୟତମ ଅଗ୍ରଣୀ ଗହଣା  ନିର୍ମାଣକାରୀ କମ୍ପାନୀ SWA ଡାଇମଣ୍ଡସ ଏହି ରେକର୍ଡ ନିଜ ନାଁରେ କରିଛି। ଗୋଟିଏ ମୁଦିରେ 24000ରୁ ଅଧିକ ହୀରା ଖଚିତ କରିବା ସହ ମସରୁମ୍ ଥିମ୍ ର ମୁଦି ଡିଜାଇନ୍ କରି କମ୍ପାନି ଏହି କୃତିତ୍ୱ ହାସଲ କରିଛି।  କେରଳର ମଲପୁରମ୍ ଜିଲ୍ଲାରେ ପ୍ରସ୍ତୁତ ଏହି ମୁଦି ଗିନିଜ୍ ବିଶ୍ୱ ରେକର୍ଡସ ଓ ଏସିଆନ୍ ବୁକ୍ ରେକର୍ଡସ ସମେତ ଅନେକ ସମ୍ମାନଜନକ ପୁରସ୍କାର ଜିତିଛି । ମୁଦିର ମଡେଲ ଗୋଲାପି ଓ ଏଷ୍ଟର ମସରୁମ ଦ୍ୱାରା ପ୍ରେରିତ, ଯାହା ଅନନ୍ତକାଳକୁ ସୂଚାଉଛି ।

wp:html
/wp:html

ମସରୁମ୍ ଥିମ୍ ଭଳି ମୁଦିର ନାଁ ରଖାଯାଇଛି ‘ଆମି’।  ଯେଉଁଥିରେ  ଖଞ୍ଜାଯାଇଛି ୨୪,୬୭୯ଟି ହୀରା । ପୂର୍ବରୁ ୧୨,୬୩୮ ହୀରା ଖଚିତ ଏକ ମୁଦିର ବିଶ୍ୱ ରେକର୍ଡକୁ ଏହା ଭଙ୍ଗିଛି । ଏହି ମୁଦିକୁ ତିଆରି କରିବାକୁ ୯୦ ଦିନ ଲାଗିଥିଲା । ଏସ୍ଡବ୍ଲ୍ୟୁଏର ଏହି ବିଶ୍ୱ ରେକର୍ଡ ପଛରେ ସବୁଠୁ ବଡ଼ ହାତ କେପ୍ଷ୍ଟୋନ୍ର ରହିଛି । ଗତ ଦୁଇ ଦଶନ୍ଧି ଧରି ସୁନା–ହୀରା–ପ୍ଲାଟିନମ୍ ଗହଣା ନିର୍ମାଣକାରୀ ପ୍ରମୁଖ କମ୍ପାନି କେପଷ୍ଟୋନ୍ ୨୦୧୯ ମସିହାରେ ଏସ୍ଡବ୍ଲ୍ୟୁଏ ଡାଇମଣ୍ଡସ ବ୍ରାଣ୍ଡ ଲଞ୍ଚ୍ କରିଥିଲା ।

wp:gallery {"linkTo":"none"} /wp:gallery

କୋଭିଡ୍ ସଙ୍କଟ କାଳରେ ମଧ୍ୟ ମାତ୍ର ୨ବର୍ଷ ମଧ୍ୟରେ ଏହା ୧୫୦ରୁ ଅଧିକ  ଷ୍ଟୋର୍ ଖୋଲିବାରେ ସଫଳ ହୋଇଛି ଏସ୍ଡବ୍ଲ୍ୟୁଏ ଡାଇମଣ୍ଡସ  । ସେଥିପାଇଁ ସମଗ୍ର ବିଶ୍ୱର ଗ୍ରାହକଙ୍କ ପାଇଁ ବିଶ୍ୱସ୍ତରୀୟ ଓ ଅନନ୍ୟ ଡିଜାଇନ୍ର ହୀରା ଗହଣା ଭେଟି ଦେବାରେ ଏସ୍ଡବ୍ଲ୍ୟୁଏ ସଫଳତା ପାଇଛି । ଏସ୍ଡବ୍ଲ୍ୟୁଏ ଡାଇମଣ୍ଡସର ଅବ୍ଦୁଲ ଗଫର ଆନାଦିୟାନ୍ କୁହନ୍ତି, ଭାରତରେ ଏହି ମୁଦି ପ୍ରସ୍ତୁତ ହୋଇଥିବାରୁ ଏହି ଉପଲବ୍ଧି ଆମ ପାଇଁ ଗର୍ବର ବିଷୟ । ମୁଦିର ମାଲିକ ମଧ୍ୟ ଜଣେ ଭାରତୀୟ ।

wp:gallery {"linkTo":"none"} /wp:gallery

ଏହି ମୁଦିକୁ ନେଇ SWA ଡାଇମଣ୍ଡର ପ୍ରବନ୍ଧ ନିର୍ଦ୍ଦେଶକ ଅବଦୁଲ୍ ଗଫୁର ଅନାଦିୟାନ୍ କହିଛନ୍ତି ଯେ,  ସେ  ମସରୁମକୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରିଛନ୍ତି ।  ତେଣୁ ଆଙ୍ଗୁଠିର ନାଁ ରଖାଯାଇଛି ଆମି। ଯାହାକୁ ସଂସ୍କୃତରୁ ନିଆଯାଇଛି। ଯାହାର ଅର୍ଥ ଅମର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.