ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

କାରଗିଲ ଯୁଦ୍ଧର କାରଣ ଥିଲେ ମୁଶର୍ରଫ, ସରିଫଙ୍କୁ ହଟାଇ ହାତେଇଥିଲେ ପାକିସ୍ତାନ  

5/02/2023 at 3:33 PM

ନୂଆଦିଲ୍ଲୀ ୫।୨: ପାକି୍ସ୍ତାନର ପୂର୍ବତନ ଏକଛତ୍ରବାଦୀ ଶାସକ ପରଭେଜ ମୁଶର୍ରଫଙ୍କର ରବିବାର ଦୁବାଇ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ।  ଚିକିତ୍ସା ଲାଗି ସେ ଦୀର୍ଘ ଦିନରୁ ଦେଶ ବାହାରେ ଥିଲେ। ତେବେ ବିଡମ୍ବନାର ବିଷୟ ସେ ପାକିସ୍ତାନର ଏପରି ଜଣେ ସୈନ୍ୟ ଶାସକ ଯାହାଙ୍କୁ ଇତିହାସରେ ମୃତ୍ୟୁଦଣ୍ଡାଦେଶ କରାଯାଇଥିଲା। ଭାରତ ବିରୋଧରେ କାର୍ଗିଲ ଯୁଦ୍ଧ ଲାଗି ତାଙ୍କୁ ଦୋଷୀ ମନେ କରାଯାଏ।

୧୯୯୯ ମସିହାରେ ଯେତେବେଳେ କାର୍ଗିଲ ଯୁଦ୍ଧ ହୋଇଥିଲା ସେତେବେଳେ ପରଭେଜ ମୁଶର୍ରଫ ଦେଶର ସେନାମୁଖ୍ୟ ଥିଲେ। କୁହାଯାଏ କାର୍ଗିଲ ଯୁଦ୍ଧ ସମ୍ପର୍କରେ ସେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ମିଆଁ ନୱାଜ ସରିଫଙ୍କୁ ଅନ୍ଧାରରେ ରଖିଥିଲେ। ନୱାଜ ସରିଫ ଓ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟରେ ସମ୍ପର୍କର ବରଫ ତରଳିଥିଲା। ଅଟଳଜୀ ଶାନ୍ତି ବସ୍‌ରେ ବସି ଲାହୋର ଯାଇଥିଲେ। ତେବେ ୧୯୯୯ରେ ଜେନେରାଲ ପରଭେଜ ମୁଶର୍ରଫ ସାମରିକ ବିଦ୍ରୋହ କରି ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଶାସନରୁ ବେଦଖଲ କରିଦେଇଥିଲେ।

ସରିଫ ଶ୍ରୀଲଙ୍କା ଗସ୍ତରେ ଥିବା କାଳରେ ମୁଶର୍ରଫ କାର୍ଗିଲ ଯୁଦ୍ଧର ଭିଆଣ କରିଥିଲେ।  ତେବେ ଭାରତୀୟ ସେନା କାର୍ଗିଲରେ ମୁଶର୍ରଫଙ୍କ ଷଡ଼ଯନ୍ତ୍ରକୁ ବିଫଳ କରି ଯୁଦ୍ଧରେବିଜୟୀ  ହୋଇଥିଲା।  ଶ୍ରୀଲଙ୍କା ଗସ୍ତରେ ଥିବା ସରିଫ ସେତେବେଳେ ସନ୍ଦେହରେ ସେନାମୁଖ୍ୟ ପଦବୀରୁ ମୁଶର୍ରଫଙ୍କୁ ହଟାଇ ଦେଇଥିଲେ। ତେବେ ଯାହାଙ୍କୁ ସରିଫ ନୂଆ ସେନାଧ୍ୟକ୍ଷ ନିଯୁକ୍ତ କରିଥିଲେ ସେ ମୁଶର୍ରଫଙ୍କୁ ସମର୍ଥନ କରିଥିଲେ। ଫଳରେ ଦେଶରେ ସେନା ବିଦ୍ରୋହ କରି ସରକାର ହାତେଇ ନେଇଥିଲା।

ସରିଫ ଜେନେରାଲ ଅଜିଜଙ୍କୁ ଚିଫ ଅଫ ଆର୍ମି ଷ୍ଟାଫ ନିଯୁକ୍ତ କରିଥିଲେ। ତେବେ ସରିଫ ଜାଣି ନଥିଲେ ମୁଶର୍ରଫଙ୍କ ବିଶ୍ୱସ୍ଥ ହେଉଚନ୍ତି ଅଜିଜ । ଏଣୁ ସରିଫ ଯେଉଁ ସାମରିକ ବିଦ୍ରୋହର ଆଶଙ୍କା କରୁଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା ଓ ସେନା ଦେଶରେ ସାମରିକ ବିଦ୍ରୋହ କରି ଶାସନ ହାତେଇ ନେଇଥିଲା। ମୁଶର୍ରଫ ଦେଶର ସେନା ରାଷ୍ଟ୍ରପତି ହୋଇଥିବା ବେଳେ ଦୀର୍ଘ ସମୟ ଧରି ଶାସନ କରିଥିଲେ। ପରେ ଅନ୍ତର୍ଜାତୀୟ ଚାପରେ ଦେଶରେ ସାଧାରଣ ନିର୍ବାଚନ କରାଇଥିଲେ।  

   Related Posts