oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଜାକିର ନାଇକର ଭିଡିଓ ଦେଖୁଥିଲା ମୁର୍ତଜା, ଆତଙ୍କୀ ଲିଙ୍କ୍ ଖୋଜିବାକୁ ନେପାଳ ଗଲା ଏଟିଏସ

4/04/2022 at 7:58 PM

ନୂଆଦିଲ୍ଲୀ,୦୪/୦୪: ଗୋରଖନାଥ ମନ୍ଦିରରେ ସୁରକ୍ଷାରେ ନିୟୋଜିତ ପିଏସି ଯବାନଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତଜାର ରହିଛି ଆତଙ୍କୀ ଲିଙ୍କ୍। ମୁର୍ତଜା ଅହମଦ ଅବ୍ବାସୀର ମୋବାଇଲ ଏବଂ ଲାପଟପରୁ ଅନେକ ତଥ୍ୟ ପାଇଛି ଉତ୍ତର ପ୍ରଦେଶ ଏଟିଏସ। ଲ’ ଆଣ୍ଡ ଅର୍ଡର ଏଡିଜି ପ୍ରଶାନ୍ତ କୁମାର ଲକ୍ଷ୍ନୌରେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ଘଟଣାକୁ ଆତଙ୍କୀ ଘଟଣା ସହ ତୁଳନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟକୁ ଆଧାର କରି ଏଟିଏସ ଟିମ ମୁର୍ତଜାର ଆତଙ୍କୀ ଲିଙ୍କ୍ ଖୋଜିବା ପାଇଁ ନେପାଳ ଯାଇଛି।

ପୋଲିସ ସୂତ୍ର ଅନୁସାରେ, ଗୋରଖନାଥ ଘଟଣା ପରେ ଘଟଣାସ୍ଥଳରୁ ଗିରଫ ଅଭିଯୁକ୍ତ ମୁର୍ତଜାର ବ୍ୟାଗରୁ ଲ୍ୟାପଟପ, ପାନ କାର୍ଡ ସହ ଏକ ବହି ମିଳିଛି । ଯାଞ୍ଚ ପରେ ଜଣାପଡିଛି ଯେ, ଅଭିଯୁକ୍ତ ଅଧିଂକାଶ ସମୟ ଜାକିର ନାଇକର ଭିଡିଓ ଦେଖୁଥିଲା। ପୋଲିସ ଟିମ ନଭି ମୁମ୍ୱାଇ ସ୍ଥିତ ମୁର୍ତଜାର ବାସଭବନରେ ମଧ୍ୟ ଯାଞ୍ଚ କରୁଛି।

ପୋଲିସ ସୂତ୍ର ଅନୁସାରେ, ମୁର୍ତଜାର ବ୍ୟାଗରୁ ମିଳିଥିବା ବହି ଫରାସୀ ଭାଷାରେ ଲେଖାଯାଇଛି। ପୋଲିସ ଫରାସୀ ଜାଣିଥିବା ବିଶେଷଜ୍ଞଙ୍କ ଠାରୁ ଏହି ବହି ବାବଦରେ ଜାଣିବାରେ ଲାଗିଛି। ପୋଲିସର କହିବା କଥା ଏହି ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ମୁର୍ତଜା ନେପାଳ ଯାଇଥିଲା।

   Related Posts