AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ନଦୀରେ ବୁଡି ୧୧ ମୃତ

10/09/2022 at 7:21 AM

ନୂଆଦିଲ୍ଲୀ, ୧୦|୦୯: ହରିୟାଣା ଓ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୧୧ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୪ ଶିଶୁ ମଧ୍ୟ ସାମିଲ ଅଛନ୍ତି । ତେବେ ଗଣେଶ ଭସାଣି ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲାରେ ୪ ଜଣ ଯୁବକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ସେହିପରି ସୋନିପତ ଜିଲ୍ଲାରେ ଦୁଇ ଜଣ ମୂର୍ତ୍ତି ବିସର୍ଜନ ବେଳେ ସଳୀଳ ସମାଧି ନେଇଛନ୍ତି । ଯମୁନା ନଦୀରେ ଏହି ଅଘଟଣ ଘଟିଛି । ଏତତ୍ ବ୍ୟତୀତ ଉତ୍ତର ପ୍ରଦେଶର ସନ୍ଥ କବୀର ନଗରରେ ମଧ୍ୟ ୭ ଜଣ ବୁଡି ପ୍ରାଣ ହରାଇଛନ୍ତି ।

ମହେନ୍ଦ୍ରଗଡ ଘଟଣାକୁ ନେଇ ଡାକ୍ତର ଅଶୋକ କୁମାର କହିଛନ୍ତି ଯେ, ୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ସେମାନେ ପ୍ରାଣ ହରାଇ ସାରିଥିଲେ । ମୂର୍ତ୍ତି ବିସର୍ଜନ ବେଳେ ୯ ଯୁବକ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟମାନଙ୍କୁ  ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ପରେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ୟୁପିର ସନ୍ଥ କବୀର ନଗରରେ ମଧ୍ୟ ୪ ଜଣ ନଦୀରେ ବୁଡି ଯାଇଥିଲେ । ପୋଲିସ ମାଛଧରାଳିଙ୍କ ସହଯୋଗରେ ସେମାନଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ପୋଷ୍ଟମଟର୍ମ ପାଇଁ ମୃତଦେହ ପଠାଯାଇଥିଲା ।

   Related Posts