ରାସ୍ତାକଡରେ ପଡିଛି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ : ମିଳିନି ପରିଚୟ , ପେଟ୍ରୋଲ ଢାଳି ହତ୍ୟା !

Published By : Prameya-News7 Bureau | August 23, 2020 IST

ନୂଆପଡା ୨୩।୦୮: ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନୂଆପଡ଼ା ଜିଲ୍ଲା ବେଲଟୁକୁରୀ ଥାନା ପଣ୍ଡରିପାନୀ ଗାଁ ନିକଟରେ ପଡିଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବେଲଟୁକୁରୀ ଥାନ ପଣ୍ଡରୀପାନୀ ଗାଁ ନିକଟରେ ଜଣେ ଯୁବକଙ୍କ ଅର୍ଦ୍ଦଦଗ୍ଧ ମୃତେଦହ ପଡିଛି । ଯାହାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଯୁବକଙ୍କ ପେଟ୍ରୋଲ ଢାଳି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ତେବେ ସାରା ପଶ୍ଚିମଓଡିଶାରେ ଆଜି ଗଣପର୍ବ ନୂଆଖାଇ ପାଳନ ହେଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣାରେ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ସାଇଣ୍ଟିଫିକ ଦଳ ପହଞ୍ଚୁଥିବା ବେଲଟୁକୁରୀ ପୋଲିସ ପକ୍ଷରୁ ସୁଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.