ରାଜମହଲ ଛକ ରେଳ ବ୍ରିଜ ତଳୁ ଅଜଣା ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା…
8/11/2020 at 9:19 AM

ଭୁବନେଶ୍ୱର ୦୮।୧୧: ରାଜଧାନୀରୁ ଅଜଣା ମୃତଦେହ ଉଦ୍ଧାର । ଭୁବନେଶ୍ୱର ରାଜମହଲ ଛକ ନିକଟସ୍ଥ ରେଲଓ୍ୱ ଓଭର ବ୍ରିଜ ତଳୁ ଅଜଣା ମୃତଦହେ ଉଦ୍ଧାର ହୋଇଛି । ମୃତଦେହ ପଡିଥିବାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ରାଜମହଲ ଛକ ରେଲଓ୍ୱ ଓଭରବ୍ରିଜ ତଳେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ମୃତଦେହ ପଡିଥିବାର ଖବର ପୋଲିସକୁ ଦେଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଫିଙ୍ଗାଯାଇଛି ନା ବ୍ୟକ୍ତିଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଟ୍ରେନରେ ଗୋଡ କଟିଯାଇଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଲାଗିଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।