ପାଟଣା ୦୪।୦୯: ନାଳରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ଶବ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବଲାଣିପଶି ଗାଁ ନିକଟର ଜହ୍ଲେଇ ନାଳରେ ଭାସୁଛି ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ କିଛି ଲୋକ ନାଳ ପଟେ ଯାଉଥିବା ସମୟରେ ଶବ ଭାସୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକେ ତୁରନ୍ତ ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପରିଚୟ ଅସ୍ପଷ୍ଟ ରହିଛି । ସେହିପରି ମୃତଦେହ ଏଠାକୁ କିପରି ଆସିଲା , ସେନେଇ ଛାନ୍ଭିନ୍ ଜାରି ରହିଛି । ମୃତଦେହ ବନ୍ୟା ଜଳରେ ଭାସି ଆସି ଏଠାରେ ଲାଗିଥିବା କିମ୍ବା ହତ୍ୟା କରି ଏଠି ପକାଇ ଦେଇଥିବା ଗ୍ରାମବାସୀମାନେ ଅନୁମାନ କରୁଛନ୍ତି।