oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଚଉଠି ପରଦିନ ସ୍ବାମୀର ଆତ୍ମହତ୍ୟା, ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

18/03/2020 at 4:49 PM

ଭଦ୍ରକ ୧୮।୦୩:  ସାତ ଜନ୍ମ ପାଇଁ ହାତ ଧରିଥିଲେ । ହୋମ ନିଆଁ ଆଉ ଦଶ ଦିଗପାଳଙ୍କୁ ସାକ୍ଷୀ ରଖିଥିଲେ । ଆଉ କଥା ଦେଇଥିଲେ ସାତ ଜନ୍ମ ପାଇଁ ସାଙ୍ଗ ହୋଇ ରହିବେ । ସାରା ଜୀବନ  ଏକାଠି ସୁଖ ଦୁଖ ର ସାଥି ହେବେ । କିନ୍ତୁ ସବୁ କଥା , ଆଶା , ଭରଷା ଆଉ ବିଶ୍ବାସ ଗୋଟିଏ କ୍ଷଣରେ ଭାଙ୍ଗିଗଲା । ଚତୁର୍ଥୀ ପର ଦିନ ରାତିରେ ଆତ୍ମହତ୍ୟା କଲେ ସ୍ଵାମୀ । ଏବେ ଘର ଲୋକେ କହୁଛନ୍ତି  ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି । ନହେଲେ ଏମିତି କେମିତି ହେଲା । ସଂସାର ଆରମ୍ଭରୁ କଣ ଏମିତି ହେଲାଯେ ସ୍ତ୍ରୀକୁ ଛାଡି ସ୍ଵାମୀ ଆତ୍ମହତ୍ୟା କଲା । ଭଦ୍ରକ ଜିଲ୍ଲା ଆସିଛି ଏଭଲି ଦୁଖଦ ଖବର ।

୧୩ ତାରିଖରେ ରେ ବର ହୋଇଥିଲେ । ବାହାଘର ହେଲା । ଚତୁର୍ଥୀ କର୍ମ ଆଉ ପ୍ରୀତିଭୋଜନ ମଧ୍ୟ ସରିଲା । କିନ୍ତୁ ପଞ୍ଚମ ଦିନ ଝୁଲନ୍ତା ମୃତଦେହ ଘର ପଛ ପଟେ ଥିବା ଗଛରୁ ଉଦ୍ଧାର କରାଗଲା । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହାଡା ରାଉତସାହି ଗାଁରେ ଘଟିଛି ଘଟଣା । ଗାଁର ରାଜେନ୍ଦ୍ର ବେହେରା (ରାଜୁ ) , ବୟସ ୨୭। ସେ କୋଲକାତାର ଏକ ଘରୋଇ କମ୍ପାନୀର ରୋଲର ଅପରେଟର ଭାବେ କାମ କରନ୍ତି । ହୋଲି ପୂର୍ବରୁ ଗାଁକୁ ଆସିଥିଲେ । ଘର ଲୋକ ଙ୍କ ସହମତି ରେ ବାହାଘର ହେଲା । ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ , ଚୂଡଙ୍ଗପୁର ଗାଁ ରେ ବାହାଘର ହେଲା । ସାହି ଭାଇ ଓ ସାଙ୍ଗସାଥି ରୋଷଣୀ କରି ବରସାଙ୍ଗ ରେ ଗଲେ ଆଉ ବାହାଘର ହେଲା । ନୂଆ ଜୀବନସାଥୀର ହାତ ଧରିଲେ । ୧୫ ତାରିଖ ରେ ଗାଁ ରେ ପ୍ରୀତିଭୋଜନ ମଧ୍ୟ ଦେଇଥିଲେ । କିନ୍ତୁ ସକାଳେ ଗାଁରେ ଡାକ ପଡିଲା ଯେ ରାଜୁ ଗଛରେ ଝୁଲିଛି । ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ହାତ ରୁ ମେହେନ୍ଦି ଲିଭିନୀ । ସେମିତି ଜଳ ଜଳ ହୋଇ ଦିଶୁଚି । ଗୋଡ ର ନେଲପଲିସ ଆଉ ଅଳତା ଏବେ ବି ସେମିତି ରହିଛି । ଏବେ ରାଜୁଙ୍କ ପରିବାର ଲୋକେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଯେ, ରାଜୁଙ୍କୁ ହତ୍ୟା କରାଯାଇଛି । ତେବେ ନବ ବଧୁ ଙ୍କୁ ମଧ୍ୟ ଇଙ୍ଗିତ କରୁଛନ୍ତି ପରିବାର ଓ ଗାଁ ପଡୋଶୀ । ରାତି ରେ ସ୍ଵାମୀ ଘର ପଛ ବାଡିରେ ଗଛରେ ଶାଢୀ ଲଗାଇ ଆତ୍ମହତ୍ୟା କଲେ ଆଉ ସ୍ତ୍ରୀ ଜାଣି ପାରିଲେ ନାହିଁ କେମିତି । ଅନ୍ୟ କୌଣସି କାରଣ ଖୋଜି ପାଉନାହାନ୍ତି ପରିବାର ଲୋକେ । ତେବେ ପୋଲିସ ଶବର ପଞ୍ଚନାମା କରିଛି । ଗାଁ ଲୋକଙ୍କ ସନ୍ଦେହ ପାଇଁ ଏବେ ନବବଧୂ ମଧ୍ୟ ଭାଙ୍ଗିପଡିଛି । ଗୋଟେ ପରେ ବାହାଘରର ପାଞ୍ଚ ଦିନରେ ସ୍ଵାମୀଙ୍କ ଆତ୍ମହତ୍ୟା ଆଉ ଅନ୍ୟ ପଟେ ସ୍ଵାମୀ ଙ୍କୁ ହତ୍ୟାର ଅଭିଯୋଗ ପାଇଁ ଏବେ ବାହୁନି ବାହୁନି କାନ୍ଦୁଛି । ଆଉ କହୁଛି ମୁଁ କିଛି ଜାଣିନୀ । ପୋଲିସ ଘଟଣାର ତଦନ୍ତ କରି ସତ୍ୟା ସତ୍ୟା ସାମ୍ନାକୁ ଆଣିବା ଦରକାର ।

   Related Posts