WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହତ୍ୟାକାରୀକୁ ଆଜୀବନ ସଜା, ଦଣ୍ଡାଦେଶ ଶୁଣାଇଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ

26/09/2023 at 6:00 PM

କଣ୍ଟାବାଞ୍ଜି ୨୬/୦୯: ହତ୍ୟାକାରୀ ଦାଦା ପୁତୁରାକୁ ଆଜୀବନ ସଜା । ସଜା ଶୁଣାଇଲେ କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ । ଏପ୍ରିଲ୍ ୨୦ ୨୦୧୪ରେ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁରେ ହୋଇଥିଲା ହତ୍ୟାକାଣ୍ଡ । ଏହାର ଶୁଣାଣି କରିଛନ୍ତି କୋର୍ଟ ।

ପାରିବାରିକ କଳହ ଓ ଜମିବାଡ଼ି ସମ୍ପତ୍ତି ବିବାଦକୁ ନେଇ ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗାଁର ସନ୍ତୋଷ ପୁଟେଲ ନିଜ ଘର ବାହାରେ ଶୋଇଥିବା ବେଳେ ତଣ୍ଟିକୁ କାଟି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ଦୁଇ କକା ପୁତୁରା ମଣିଚନ୍ଦ୍ର ପୁଟେଲ ଓ ନିରାକାର ପୁଟେଲ । ବଙ୍ଗୋମୁଣ୍ଡା ପୋଲିସ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଜାମିନ ନାମଞ୍ଜୁର ହେବା ଯୋଗୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଆଜି ଏହି ଘଟଣାରେ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏହା ସହ ୨୦ ହଜାର ଟଙ୍କା ଜୋରିମାନା ଦେବାର ଆଦେଶ ଦେଇଛନ୍ତି ।୨୦ ହଜାର ଟଙ୍କା ଜୋରିମାନା ଅଣାଦେୟ କଲେ ୨ ବର୍ଷ ଅତିରିକ୍ତ ଜେଲ ଦଣ୍ଡ ମଧ୍ୟ ଶୁଣାଇଛନ୍ତି କୋର୍ଟ ।

   Related Posts