ସ୍ୱାମୀ ସ୍ତ୍ରୀ ନିଖୋଜ- ବିଲରେ ରକ୍ତ ଛିଟା ଦେଖିବା ପରେ ପରିବାର ଲୋକଙ୍କର ହତ୍ୟା ସନ୍ଦେହ

Published By : Prameya-News7 Bureau | October 08, 2019 IST

 ଉଦଳା (ମୟୂରଭଞ୍ଜ) -ଫୁଟବଲ୍ ଖେଳ ଦେଖିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି ସ୍ବାମୀସ୍ତ୍ରୀ । ଅନେକ ଖୋଜାଖୋଜି କରିବା ପରେ ବିଲରେ ପଡିଛି ରକ୍ତଛିଟା, ଜୋତା ଏବଂ ଚୁଡି । ହଲେ ସ୍ବାମୀ, ସ୍ତ୍ରୀ ଦୁହେଁ ଗଲେ କୁଆଡେ । ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଯାହା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚ।ର ବିଷୟ ପାଲଟିଥିବା ବଳେ ଏହା ପୋଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । 

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମସାହି ଗ୍ରାମରେ ଘଟିଯାଇଛି ଏକ ଚାଂଚଲ୍ୟକର ଘଟଣା । ସ୍ବାମୀ ଏବଂ ସ୍ତ୍ରୀ ଗତକାଲି ଦିନ ସମୟରେ ଛତ୍ରା ଆମ୍ବ ଅଂଚଳକୁ ଫୁଟବଲ୍ ଖେଳ ଦେଖିବା ପାଇଁଯାଇଥିଲେ । ହଲେ ଘରର ଅନ୍ୟ ସଦସ୍ୟ ଘରକୁ ଫେରି ଆସିଥବା ବଳେ ସ୍ବାମୀ ସୀତାରାମ ସିଂ ଏବଂ ସ୍ତ୍ରୀ ଲେତ ସିଂ ଘରକୁ ଫେରି ନ ଥିଲେ । ତବେ ପରିବାର ଲୋକେ ଆଜି ଭୋର ସମୟରୁ ଦୁହଁଙ୍କେ ଅନେକ ଖୋଜାଖୋଜି କରିବା ପରେ ଶେଷରେ ଘର ନିକଟସ୍ଥ ଜଙ୍ଗଲ ପାଖ ବିଲରେ ରକ୍ତଛିଟା ପଡିଥିବା ଦେଖବାକୁ ପାଇଥବା ବଳେ ପାଖରେ ତାଙ୍କ ବାପା ଏବଂ ମାଆଙ୍କର ପିନ୍ଧିଥବା ଜୋତା, ଚୁଡି ଆଦି ପଡିଥବା ଦେଖବାକୁ ପାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଜଙ୍ଗଲ ଏବଂ ଚାରିଆଡେ ଖୋଜି ଥଲେ ସୁଦ୍ଧା ତାଙ୍କର ପତା ପାଇ ନ ଥିଲେ । ଶେଷରେ ଏ ନେଇ କପ୍ତିପଦା ପୋଲିସ୍‌କୁ ଖବର ଦେବା ପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥଲା । ବାରିପଦାରୁ ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ଖୋଜା ଖୋଜି କରାଯାଉଛି । ତବେ ସନ୍ଧାନୀ କୁକୁର ଅନୁସନ୍ଧାନରେ ସ୍ଥାନୀୟ ସୁନେଇ ଡ୍ୟାମ୍ ନିକଟରେ ଯାଇ ଅଟକିବା ପରେ ଉଦଳାରୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଡ୍ୟାମ୍ ମଧ୍ୟରେ ତଲାସି ଆରମ୍ଭ କରିଥଲେ ସୁଦ୍ଧା କୌଣସି ପତା ପାଇ ନ ଥଲେ । ତବେ ତାଙ୍କ ବାପା ଏବଂ ମାଆକୁ କେହି ହତ୍ୟା କରିଥବା ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି । ଯାହାକି ଗୁଣିଗାରେଡି ସନ୍ଦେହରେ ତାଙ୍କ ବାପା ଏବଂ ମାଆକୁ ସ୍ଥାନୀୟ ଏକ ଗ୍ରାମର ଲୋକ କିଛି ଦିନ ତଳେ ଗଛରେ ବାନ୍ଧି ମାଡ ମାରିଥଲେ, ତେଣୁ ସେହିମାନଙ୍କ ଉପରେ ସୀତାରାମଙ୍କ ଝିଅ ସନ୍ଦେହ କରୁଥବା କହିଛନ୍ତି । ତବେ ସ୍ବାମୀ ଏବଂ ସ୍ତ୍ରୀ ଦୁହେଁ ଗଲେ କୁଆଡେ ସେ ନେଇ ପୋଲିସ୍ ପାଇଁ ମୁଣ୍ଡବିନ୍ଧା ବଢିବାରେ ଲାଗିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.