ସୁନ୍ଦରଗଡ ୧୫/୭: ଏକତରଫା ପ୍ରେମରୁ ବିଭତ୍ସ ହତ୍ୟା । କୁତ୍ରା ଥାନା ଡୁନମରା ପଞ୍ଚାୟତ କାଶୀପଡାରେ ଚାଞ୍ଚଲ୍ୟ । ଯୁବକଙ୍କ ଛୁରାମାଡରେ ପ୍ରେମୀ ଯୁଗଳଙ୍କର ମୃତ୍ୟୁ ହୋଇଛି । ମୃତକ ୨ ସହପାଠୀ ପ୍ରତାପ ଲାକ୍ରା ଓ ଲିପ୍ସା କେରକେଟା । ରବିବାର ରାତିରେ ପରୀକ୍ଷା ଦେଇ ଲିପ୍ସାଙ୍କ ଘରେ ରହିଥିଲେ ପ୍ରତାପ । ଯାହାକୁ ବିରୋଧ କରିଥିଲା ଲିପ୍ସାଙ୍କ ବାପାଙ୍କ କାର ଡ୍ରାଇଭର ରାଜୁ ନାଗ । ସେଠାରେ ଉଭୟ ରାଜୁ ଓ ପ୍ରତାପଙ୍କ ମଧ୍ୟରେ ଝଗଡା ହୋଇଥିଲା । ଆଉ ଏଥିରେ ଉତ୍ତ୍ୟକ୍ତ ହୋଇ ରାଜୁ ପ୍ରଥମେ ପ୍ରତାପକୁ ଛୁରିରେ ହତ୍ୟା କରିଥିଲା ଓ ପରେ ଲିପ୍ସାଙ୍କୁ ହତ୍ୟା କରିଥିବା କୁହାଯାଉଛି । ରାଜୁ ଏକତରଫା ଭାବରେ ଲିପ୍ସାଙ୍କୁ ପ୍ରେମ କରୁଥିଲା । ଏପଟେ ପ୍ରତାପ ଓ ଲିପ୍ସାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ତ୍ରିକୋଣୀୟ ପ୍ରେମ ସଂପର୍କରୁ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଅଭିଯୁକ୍ତ ରାଜୁ ନାଗ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତଦେହ ଜବତ କରି ତଦନ୍ତ କରୁଛି କୁତ୍ରା ପୋଲିସ ।
ଆତଙ୍କବାଦୀଙ୍କୁ ଶାହଙ୍କ ରୋକ୍ଠୋକ୍: କୌଣସି ପରିସ୍ଥିତ...
