oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଭୁବନ ଭାଇରାଲ ଭିଡିଓ ଘଟଣା- ହତ୍ୟା ନା ଲୋକଲଜ୍ଜାରୁ ଆତ୍ମହତ୍ୟା?

28/07/2018 at 11:49 AM

ଢେଙ୍କାନାଳ ୨୮/୭ : ଚୋରି ନା ବକେୟା ଟଙ୍କା ? ହତ୍ୟା ନା ଲୋକ ଲଜ୍ଜାରୁ ଆତ୍ମହତ୍ୟା ? ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁର ୧୪ ବର୍ଷୀୟ ବାଳକ ମନୋଜ ପୁହାଣର ମୃତ୍ୟୁ ଏବେ ଏଭଳି କିଛି ସନ୍ଦେହ ସୃଷ୍ଟି କରିଛି । ଜଳଖିଆ ଦୋକାନରୁ ଚୋରି ଅଭିଯୋଗରେ ସ୍ବୀକାରୋକ୍ତିର ଭିଡିଓ ଭାଇରାଲ୍ ପରେ ମିଳିଛି ନାବାଳକଙ୍କ ମୃତଦେହ । ପରିବାର ଲୋକେ ଏହାକୁ ହତ୍ୟା ବୋଲି କହୁଥିବା ବେଳେ ସଂପୃକ୍ତ ଜଳଖିଆ ଦୋକାନୀଙ୍କ ପରିବାର ଫେରାର୍ । ମୃତ୍ୟୁ ପୂର୍ବରୁ ରେକର୍ଡ ଏବଂ ଭାଇରାଲ୍ ହୋଇଥିବା ଭିଡିଓରେ ମୃତ ନାବାଳକ ଚୋରୀ କରିଥିବା ସ୍ବୀକାର କରିଛନ୍ତି । ଅପରପକ୍ଷରେଟି ମୃତ ନାବାଳକଙ୍କ ବାପା କିନ୍ତୁ କହୁଛନ୍ତି ଭିନ୍ନ କଥା । ମାନେ ବକେୟା ୪୦ ଟଙ୍କା ପାଇଁ ତାଙ୍କ ପୁଅଙ୍କୁ ମାରି ଦିଆଯାଇଛି । ଢେଙ୍କାନାଳ ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗାଁରେ ଏମିତି ଘଟିଛି । ମୃତ ନାବାଳକ ହେଉଛନ୍ତି ସେହି ଗାଁର ବାଇଧର ପୁହାଣଙ୍କ ୧୪ ବର୍ଷୀୟ ପୁଅ ମନୋଜ ପୁହାଣ । ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ଦୋକାନରୁ ୪୦ ଟଙ୍କା ଚୋରି କରିଥିବା ଅଭିଯୋଗରେ, ଭିଡିଓ ଭାଇରାଲ୍ ପରେ ଲୋକ ଲଜ୍ଜା ସହ ନପାରି ସେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ଲୋକେ କିନ୍ତୁ ତାହା ମାନିବାକୁ ନାରାଜ । ମନୋଜଙ୍କୁ କୃଷ୍ଣଚନ୍ଦ୍ର ଓ ତାଙ୍କ ଘର ଲୋକେ ମାରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ମନୋଜଙ୍କ ପରିବାର ଲୋକେ କହୁଛନ୍ତି, ତାଙ୍କୁ ହତ୍ୟା କରାଯାଇଛି । କିନ୍ତୁ ଭାଇରାଲ୍ ଭିଡିଓର ସ୍ବୀକାରୋକ୍ତି ସୂଚଉଛି, ହୁଏତ ଲୋକଲଜ୍ଜା ସହି ନପାରି ମନୋଜ ଆତ୍ମହତ୍ୟା କରିଥାଇ ପାରନ୍ତି । ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ମନୋଜଙ୍କ ମୃତ୍ୟୁ ସନ୍ଦେହ ଘେରରେ ଥିବା ବେଳେ ଜଳଖିଆ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ପରିବାର ଫେରାର୍ ହୋଇ ଯାଇଛନ୍ତି ।

   Related Posts