Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଶିବସେନା ନାଁ ଓ ଚିହ୍ନ ହାତରୁ ଯିବା ପରେ ଗର୍ଜିଲେ ଉଦ୍ଧବ, କହିଲେ ଗଣତନ୍ତ୍ରର ହୋଇଛି ହତ୍ୟା

18/02/2023 at 10:03 AM

ନୂଆଦିଲ୍ଲୀ: ଲୋକତନ୍ତ୍ରର ହତ୍ୟା, ଶିବସେନା ନାଁ ଓ ଦଳୀୟ ଚିହ୍ନ ସିନ୍ଦେ ଗୋଷ୍ଠୀକୁ ଚାଲିଯିବା ପରେ ତାତିଛନ୍ତି ଉଦ୍ଧାବ ଠାକରେ । ନିଜ ପ୍ରତିଦ୍ବନ୍ଦ୍ବି  ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବାକ୍ୟ ବାଣରେ ଜୋରଦାର ହମଲା କରିଛନ୍ତି । ସିନ୍ଦେ ଗୋଷ୍ଠୀଙ୍କୁ ଦେଶଦ୍ରୋହୀ କହିବାକୁ ପଛେଇ ନାହାଁନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ମହାରାଷ୍ଟ୍ରରେ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହେବାର ୮ମାସ ପରେ ସିନ୍ଦେ ଗୋଷ୍ଠୀଙ୍କୁ ଶିବସେନା ନାଁ ଓ ଦଳୀୟ ଚିହ୍ନ ଧନୁତୀର ମିଳିଛି । ନିର୍ବାଚନ ଆୟୋଗ ସଂଖ୍ୟା ଗରିଷ୍ଠତା ଗୋଷ୍ଠୀକୁ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । ସେହପରି ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ଶିବସେନାର ବାଲାସାହେବ ଠାକରେଙ୍କ ନାଁ ଏବଂ ଜ୍ଜ୍ବଳନ୍ତ ମଶାଲକୁ ବ୍ୟବହାର କରି ପାରିବେ ବୋଲି କହିଛନ୍ତି ।

ଏହାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ ଓ ଏକନାଥଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି । ନିଜ ମାତୋଶ୍ରୀ ବାସଭବନରେ ସମ୍ବାଦିକ ସମ୍ମିଳନୀ କହିଛନ୍ତି, ଇସି ସରକାରଙ୍କ ଏଜେଣ୍ଟ ଭଳି କାମ କରୁଛନ୍ତି । ଏହା ଲୋକତନ୍ତ୍ର ପାଇଁ ଘାତକ ହେବ । ପ୍ରଧାନମନ୍ତ୍ରୀ ଲାଲକିଲାରେ ଘୋଷଣା କରିବା ଦରକାର ଯେ, ଦେଶରେ ଲୋକତନ୍ତ୍ର ଶେଷ ହୋଇଛି । ଶିବସେନାକୁ ବାଲାସାହେବ ଠାକରେ ସ୍ଥାପନା କରିଥିଲେ । ତେଣୁ ଉଦ୍ଧବଙ୍କ ଗୋଷ୍ଠୀକୁ ଶିବସେନା ନାଁ ଓ ଧନୁତୀର ଚିହ୍ନ ମିଳିବା ଦରକାର ।

ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମଧ୍ୟ ଜୋରଦାର ହମଲା କରିଛନ୍ତି । ଏକନାଥ ବିଶ୍ବାସଘାତକ କାମ କରିଛନ୍ତି । ଶିବସେନାର ନିର୍ବାଚନ ଚିହ୍ନକୁ ଚୋରି କରି ନେଇଛନ୍ତି । ଦେଶଦ୍ରୋହୀ ସବୁ ବେଳେ ଦେଶଦ୍ରୋହୀ ହୋଇ ରହିବେ ବୋଲି ଉଦ୍ଧବ ଠାକରେ କହିଛନ୍ତି । ଗତ ବର୍ଷ ବିଦ୍ରୋହୀ ଗୋଷ୍ଠୀର ୧୬ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଛି । ସର୍ବୋଚ୍ଚ ଅଦାଲତ ଏପର୍ଯ୍ୟନ୍ତ କୌଣସି ଫୈସଲା ଶୁଣାଇନାହିନ୍ତି । ଏଭଳି ସ୍ଥିତିରେ ନିର୍ବାଚନ ଆୟୋଗ ଏକନାଥ ଗୋଷ୍ଠୀକୁ ଶିବସେନା ନାଁ ଓ ଚିହ୍ନ ବ୍ୟବହାର କରିବାକୁ ଅନୁମତି ଦେବା ଅନୁଚିତ୍ ବୋଲି ଉଦ୍ଧବ ଠାକରେ କହିଛନ୍ତି ।

ଉଦ୍ଧବଙ୍କ ମେଣ୍ଟ ସରକାର ପତ୍ତନ ପରେ ଶିବସେନା ନାଁ ଓ ଧନୁ ତୀର ଚିହ୍ନକୁ ନେଇ ସିନ୍ଦେ ଟିମ୍ ଓ ଉଦ୍ଧବ ଟିମ୍‌ଙ୍କ ମଧ୍ୟରେ ଆଇନଗତ ଲଢ଼େଇ ହୋଇଥିଲା। ମାମଲା ନିର୍ବାଚନ କମିଶନଙ୍କ ପାଖରେ ଅଟକିଥିଲା। ଏହାପରେ ନିର୍ବାଚନ କମିଶନ ଅକ୍ଟୋବର ୨୦୨୨ରେ ଶିବସେନା ନାଁ ଓ ଚିହ୍ନକୁ ସିଜ୍ କରିଦେଇଥିଲେ। ଫଳରେ ଉଭୟ ଦଳକୁ ଅଲଗା ଅଲଗା ଚିହ୍ନ ସହ ନାଁ ବି ଦିଆଯାଇଥିଲା। ସିନ୍ଦେଙ୍କୁ ଶିବସେନା ନାଁ ଦିଆଯାଇଥିବା ବେଳେ ଢାଲ ସହ ଦୁଇଟି ଖଣ୍ଡାର ଚିହ୍ନ ଦିଆଯାଇଥିଲା। ସେହିପରି ଉଦ୍ଧବଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକ୍‌ରେ ନାଁ ଦିଆଯିବ ସହ ଚିହ୍ନ ରୂପରେ ମଶାଲ ଚିହ୍ନ ଦିଆଯାଇଥିଲା।

ସେପଟେ ଇସିଙ୍କ ନିଷ୍ପତ୍ତିକୁ ସ୍ୱାଗତ କରି ସିନ୍ଦେ କହିଛନ୍ତି “ସତ୍ୟର ବିଜୟ ହୋଇଛି। ଏହା ହିଁ ଆନନ୍ଦ ଦିଘେ ଓ ବାଲାସାହେବଙ୍କ ଆଦର୍ଶ।” ତେବେ ଦଳୀୟ ନାଁ ଓ ଚିହ୍ନ ପାଇବା ପରେ ସିନ୍ଦେଙ୍କ ଶିବସେନା ଲୋକଙ୍କ ମତ ପାଇବ ତ ? ଇଣ୍ଡିଆ ଟୁଡେର ଏପରି ପ୍ରଶ୍ନର ଉତ୍ତର ଦେଇ ସିନ୍ଦେ କହିଛନ୍ତି ଯେ ନିଷ୍ପତ୍ତି ଆସିନଥିବା ବେଳେ ଲୋକେ ଆମକୁ ସମର୍ଥନ କରିଥିଲେ। ରାଜ୍ୟର ସ୍ୱାର୍ଥ ପାଇଁ ଆମେ ଯେଉଁ ଭୂମିକା ନିର୍ବାହ କରିବୁ ଲୋକେ ଆମକୁ ସମର୍ଥନ କରିବେ ବୋଲି ସିନ୍ଦେ କହିଛନ୍ତି।

   Related Posts