ଦୁଇ ପ୍ରେମିକାଙ୍କ ଦୁଇ ଶିଶୁଙ୍କୁ ମାରିଥିଲା ସୈତାନ ପ୍ରେମିକ, ବର୍ଷେ ପରେ ଗୋଆରେ ମିଳିଲା କଙ୍କାଳ : ମର୍ଡର ମିଷ୍ଟ୍ରିର ଖୁଲାସା, ୩ ଜଣଙ୍କୁ ବାନ୍ଧିଲା କଳାହାଣ୍ଡି ପୋଲିସ

Published By : Prameya-News7 Bureau | August 14, 2021 IST

କଳାହାଣ୍ଡି ୧୪।୮: ବର୍ଷେ ତଳର ମର୍ଡର ମିଷ୍ଟ୍ରିର ଖୁଲାସା । ଗୋଆ ପୋଲିସ ସହାୟତାରେ କଳାହାଣ୍ଡି ପୋଲିସ ଜଙ୍ଗଲରୁ ମାଟି ଖୋଳି ଖୁଲାସା କରିଛି । ଗତ ବର୍ଷେ ତଳେ ଦୁଇ ଜନ୍ମିତ ଶିଶୁକୁ ସୈତାନ ପ୍ରେମିକ ହତ୍ୟା ପରେ ଗୋଆ ଜଙ୍ଗଲରେ ପୋତି ଦେଇଥିଲା । ଯାହାର ଖୁଲାସା କରିଛି କଳାହାଣ୍ଡି ପୋଲିସ । ଘଟଣାରେ ୩ ଅଭିଯୁକ୍ତକୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ବୋରଗୁମା ଗାଁର ୨୭ ବର୍ଷ ବୟସ୍କା ବିଧବା ମହିଳା ଗୁରୁବାରୀ ମାଝୀ  ଓ ଅବିବାହିତା ୨୨ ବର୍ଷ ବୟସ୍କା ଗାୟତ୍ରୀ ନାଗ ଗୋଆକୁ ଗତବର୍ଷ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ । କରୋନା ଲକଡାଉନ ପାଇଁ ସବୁ କିଛି ବନ୍ଦ ହେବା ପରେ ସେମାନେ ଆଉ ଘରକୁ ଫେରି ପାରିନଥିଲେ । ଏହି ଅସହାୟ ସମୟରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ବହେରନସିଲର ୩୭ ବର୍ଷ ବୟସ୍କ ତ୍ରୀପାଲ ନାଏକ ଦୁହିଁଙ୍କୁ ସହାୟତା ପ୍ରଦାନ କରିଥିଲା । ନିଜକୁ ଅବିବାହିତା ଦର୍ଶାଇ ଦୁଇ ଜଣଙ୍କ ସହ ଶାରରୀକ ସଂପର୍କ ସ୍ଥାପନ କରିଥିଲା । ଦୁଇ ଜଣଙ୍କଠାରୁ ଜନ୍ମିତ ଦୁଇ ଶିଶୁଙ୍କ ତଣ୍ଟି ଚିପି ଜଗଂଲରେ ପୋତି ଦେଇଥିଲା । ପରେ ତିନି ଜଣ ନିଜ ନିଜ ଗାଁକୁ ଫେରି ଆସିଥିଲେ ବି ଏ ବିଷୟରେ କାହାକୁ କିଛି ଜଣାଇନଥିଲେ ।  ହେଲେ ଗତ ଜୁଲାଇ ୨୬ ତାରିଖ ତ୍ରୀପାଳ ପୁଣି ଥରେ ଗାୟତ୍ରୀକୁ ବିବାହ ପ୍ରତିଶ୍ରୃତି ଦେଇ ଗାଁରୁ ଫେରାର କରି ନେଉଥିବା ବେଳେ ଗାୟତ୍ରୀଙ୍କ ପରିବାରଲୋକ ଉଭୟଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ତ୍ରୀପାଳ ଗିରଫ ପରେ ଦୁଇ ଶିଶୁ ହତ୍ୟା ଗୁମର ଫିଟିଥିଲା ।

କଳାହାଣ୍ଡି ପୋଲିସ ଦୁଇ ମହିଳାଙ୍କ ଜନ୍ମିତ ଶିଶୁଙ୍କୁ ହତ୍ୟା କରିଥିବା ଜାଣିପାରି ଅଭିଯୁକ୍ତ ତ୍ରୀପାଳ ନାଏକଙ୍କୁ ଧରି ଗୋଆରୁ ଗୋଟିଏ ଶିଶୁର କଙ୍କାଳ ଜବତ କରିଥିଲା । ଅନ୍ୟ ଏକ କଙ୍କାଳର ଅଭିଯୁକ୍ତ ସଠିକ ସ୍ଥାନ ନିରୂପଣ କରି ପାରି ନଥିବାରୁ ଠାବ ହୋଇପାରିନାହିଁ । ହେଲେ ହତ୍ୟାକାରୀ ପ୍ରେମିକ ସହ ଦୁଇ ମହିଳା ହତ୍ୟାକାଣ୍ଡରେ ସାମିଲ ଅଭିଯୋଗ ନେଇ ତିନି ଅଭିଯୁକ୍ତ  ତ୍ରୀପାଳ ନାଏକ, ଗାୟତ୍ରୀ ନାଗ, ଗୁରୁବାରୀ ମାଝୀଙ୍କୁ କଳାହାଣ୍ଡି ପୋଲିସ ଆଇପିସି ଧାରା-୩୬୫/୩୬୬/୩୭୬/୩୭୬(୨)୩୦୨ ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.