କଳାହାଣ୍ଡିରେ ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା

Published By : Prameya-News7 Bureau | September 06, 2018 IST

କଳାହାଣ୍ଡି ୬|୯: କଳାହାଣ୍ଡି ଯୁଗସାଏପାଟଣା ପଚାଂୟତ ଝିଞ୍ଜିକାପୀଟା ଗାଁର ଅଭାବନୀୟ ଘଟଣା ଘଟିଛି । ଗୁଣି ଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ମଦନ ମାଝୀ । ଅଭିଯୁକ୍ତ ବାପା ଓ ଦୁଇ ପୁଅ ଗିରଫ ହୋଇଛନ୍ତି । ଅଭିଯୁକ୍ତ ବାଚୁ ମାଝୀ, ଲବେ ମାଝୀ, ମକର ମାଝୀ ଭବାନୀପାଟଣା ପୋଲିସ ଗିରଫ କରିଛି । ଗତ ୩୦ ତାରିଖ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରି ଅଭିଯୁକ୍ତ ଜଗଂଲରେ ପୋତି ଦେଇଥିବା ମୃତକଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.