ଭଣଜା ପ୍ରେମରେ ପାଗଳ ଥିଲା ମାଇଁ, ହ୍ୱାଟ୍ସଆପରେ ୧ ହଜାର ୪୦ ଥର ହୋଇଛନ୍ତି କଥା, ସ୍ୱାମୀଙ୍କ ହତ୍ୟା ପାଇଁ ଦେଇଥିଲେ ସୁପାରୀ

Published By : Prameya-News7 Bureau | August 26, 2022 IST

ରାଞ୍ଚି: ଝାଡଖଣ୍ଡ ପଲାମୁରେ ପାରାଡାଇଜ ସିଲେଇ ଦୋକାନର ମାଲିକ ମହମ୍ମଦ ତୋହିଦ ଆଲମଙ୍କ ଉପରେ ହୋଇଥିବା ଗୁଳି ମାଡ ଘଟଣାରେ ପୋଲିସ ବଡ଼ ଖୁଲାସା କରିଛି। ଘଟଣାରେ ପୀଡିତଙ୍କ ପତ୍ନୀ, ଭଣଜାଙ୍କ ସହ ଚାରି ଜଣଙ୍କ ସମ୍ପୃକ୍ତି ଥିବା ସାମନାକୁ ଆସିଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଜିଲ୍ଲା ଏସପି ଚନ୍ଦନ କୁମାର ସିହ୍ନା କହିଛନ୍ତି, ଅଗଷ୍ଟ ୧୭ ବିଳମ୍ୱିତ ରାତିରେ ହୋଇଥିବା ଗୁଳିମାଡ ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଥିଲା । ଏହି ଗୁଳିକାଣ୍ଡରେ ଆଲମଙ୍କ ପତ୍ନୀ ଗୋସିଆ ପରୱୀନ ଏବଂ ତାଙ୍କ ଭଣଜା ମହମ୍ମଦ ଇରଶାଦଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଖବର ସାମନାକୁ ଆସିଛି । ଦୁହିଁଙ୍କ କଲ ଡିଟେଲରୁ ଏହି ଖବର ଜଣାପଡିଛି । ଦୁହିଁଙ୍କ ମଧ୍ୟରେ ୧ ହଜାର ୪୦ ଥର ହ୍ୱାଟ୍ସଆପ କଲ ହୋଇଥିଲା। ମାଇଁ ଏବଂ ଭଣଜାଙ୍କ ପ୍ରେମ ସମ୍ପର୍କ ବାବଦରେ ତୋହିଦ ଜାଣିଥିଲେ । ଏହାକୁ ସେ ବିରୋଧ ମଧ୍ୟ କରୁଥିଲେ । ତୋହିଦଙ୍କ ଏବଂ ଗୋସିଆଙ୍କ ଦୁଇ ସନ୍ତାନ ଅଛନ୍ତି । ଜଣଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୪ ବର୍ଷ ।

ପୋଲିସ ସୂଚନା ଅନୁସାରେ ଲଗାତାର ବିରୋଧ ପରେ ଭଣଜା ଇରଶାଦ ଏବଂ ମାଇଁ ଗୋସିଆ ମିଶି ତୋହିଦଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ଇରଶାଦ ୩ ଲକ୍ଷ ୫୦ ହଜାର ଟଙ୍କାର ସୁପାରି ଦେଇଥିଲେ । ଯୋଜନା ଅନୁସାରେ ଅଗଷ୍ଟ ୧୭ରେ ଦୋକାନ ବନ୍ଦ କରିବା ପରେ ତୋହିଦଙ୍କୁ ପଛରୁ ଗୁଳି ମାରିଥିଲେ । ପୀଠିରେ ଗୁଳି ବାଜିବା ପରେ ତୋହିଦ ଘରେ ପହଞ୍ଚିଥିଲେ ଏବଂ ସେଠାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏହି ଘଟଣାରେ ଏବେ ପର୍ଦ୍ଦାଫାସ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.