ନୂଆଦିଲ୍ଲୀ ୧୯।୧୧ - ପ୍ରେମ ନେଉଛି ଜୀବନ । ଅର୍ଥାତ୍ ପ୍ରେମ, ଲଭ ଆଫାୟର୍ସ, ଅବୈଧ ସଂପର୍କ ପାଇଁ ହେଉଛି ହତ୍ୟାକାଣ୍ଡ । ଏନ୍ସିଆରବି ବା ନ୍ୟାସନାସ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋର ୨୦୦୧ ରୁ ୨୦୧୭ ତଥ୍ୟ ଅନୁସାରେ ସାରା ଭାରତ ବର୍ଷରେ ଯେତେ ସବୁ ହତ୍ୟାକାଣ୍ଡ ଘଟିଛି ସେଥି ମଧ୍ୟରୁ ତୃତୀୟ ସର୍ବାଧିକ ହତ୍ୟାକାଣ୍ଡ କେବଳ ପ୍ରେମ ଓ ଆବୈଧ ସଂପର୍କ କାରଣରୁ ହୋଇଛି ।
ଏନ୍ସିଆରବି ୨୦୦୧ ତଥ୍ୟ ଅନୁସାରେ ୩୬ ହଜାର ୨୦୨ ଟି ହତ୍ୟାକାଣ୍ଡ ଘଟିଛି ।
୨୦୧୭ରେ ଏହା କମି ୨୮ ହଜାର ୬୫୩ ରହିଛି ।
ଏଥି ମଧ୍ୟରୁ ପ୍ରେମ ଜନିତ କାରଣ ଏବଂ ଅବୈଧ ସଂପର୍କ କାରଣରୁ ହତ୍ୟା ସଂଖ୍ୟା ୨୮ ପ୍ରତିଶତ ବଢିଛି ।
ତେବେ ବ୍ୟକ୍ତିଗତ ଆକ୍ରୋଶ କାରଣରୁ ଘଟିଥିବା ହତ୍ୟାକାଣ୍ଡ ସଂଖ୍ୟା ୪ ଦଶମିକ ୩ ପ୍ରତିଶତ କମିଥିବା ବେଳେ ସଂପତ୍ତିଗତ କାରଣକୁ ନେଇ ଘଟିଥିବା ହତ୍ୟାକାଣ୍ଡ ସଂଖ୍ୟା ୧୨ ପ୍ରତିଶତ କମିଛି ।
୨୦୧୫ ରେ ପ୍ରେମ ଜନିତ କାରଣରୁ ୧୩୭୯ଟି ହତ୍ୟାକାଣ୍ଡ ଘଟିଛି ।
୨୦୧୬ ରେ ଏହା ବଢି ୧୪୯୩ ଏବଂ ୨୦୧୭ରେ ଏହା କିଛିଟା କମି ୧୩୯୦ ରହିଛି
ତେବେ ୨୦୦୧ ରୁ ୨୦୧୭ ମଧ୍ୟରେ ପ୍ରେମ ଓ ଅବୈଧ ସଂପର୍କ ପାଇଁ
ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସର୍ବାଧିକ ୩୮୪ ଜଣଙ୍କୁ ହତ୍ୟା କରାଯାଇଛି ।
ଏହା ତଳକୁ ମହାରାଷ୍ଟ୍ରରେ ୨୭୭,
ଗୁଜରାଟରେ ୧୫୬,
ପଞ୍ଜାବରେ ୯୮ ଟି ହତ୍ୟାକାଣ୍ଡ ଘଟିଛି ।
ତେବେ ବାର୍ଷିକ ହାରାହାରି ହିସାବକୁ ଦେଖିଲେ
ଉତ୍ତର ପ୍ରଦେଶରେ କେବଳ ପ୍ରେମ ସଂପର୍କ ପାଇଁ ୩୯୫ ଜଣଙ୍କୁ
, ତାମିଲନାଡୁରୁ ୨୪୦,
କର୍ଣ୍ଣାଟକରେ ୧୧୩ ଜଣଙ୍କୁ ,
ଦିଲ୍ଲୀରେ ୫୧ ଜଣଙ୍କୁ ହତ୍ୟା କରାଯାଇଛି ।
ଏହା ତଳକୁ ଛତିଶଗଡ, ଓଡ଼ିଶା, ମଧ୍ୟ ପ୍ରଦେଶ, ହରିଆଣା, ରାଜସ୍ଥାନ, ବିହାର, ଝାଡଖଣ୍ଡ ଏବଂ ଆସାମ ରହିଛି ।
ପଶ୍ଚିମବଙ୍ଗ ଓ କେରଳରେ ଏହି ସଂଖ୍ୟା ସାରା ଦେଶରେ କମ୍ ରହିଛି ।
ଏହି ସମୟରେ ପଶ୍ଚିମବଙ୍ଗରେ ୨୯ ଓ କେରଳରେ ୬ ଜଣଙ୍କୁ ହତ୍ୟା କରାଯାଇଛି ।
ତେବେ ୨୦୧୬ ରେ ଅନର କିଲିଂରେ ଦେଶରେ ୭୧ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦୧୭ରେ ୯୨ ଜଣଙ୍କ ହତ୍ୟା ହୋଇଛି । ଏହି ହତ୍ୟାକାଣ୍ଡ ପାଇଁ ସାମଜିକ କାରଣ ଯେତିକି ଦାୟୀ ରାଜନୈତିକ କାରଣକୁ ମଧ୍ୟ ସେତିକି ଦାୟୀ କରାଯାଇଛି । ସମାଜରେ ଜାତି, ଧର୍ମ ଓ ଶ୍ରେଣୀଗତ ଭେଦଭାବ ଏଥିପାଇଁ ବଡ କାରଣ ବୋଲି କୁହାଯାଇଛି । ଗତ ୨୦୦୫ ରୁ ୨୦୧୨ ମଧ୍ୟରେ ଘଟିଥିବା ଅନର କିଲିଂ ପାଇଁ ଇଣ୍ଟର କାଷ୍ଟ ମ୍ୟାରେଜକୁ ଦାୟୀ କରାଯାଇଛି ।