ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ

Published By : Prameya-News7 Bureau | August 11, 2018 IST

ବରଗଡ ୧୧/୮ : ଜମିବାଡ଼ି ବିବାଦକୁ ନେଇ ବରଗଡ ବନ୍ଦ୍ରା ଗାଁର ଘଟିଛି ହତ୍ୟାକାଣ୍ଡ । ଜମିବାଡିକୁ ନେଇ ବନ୍ଦ୍ରା ଗ୍ରାମର ଧର୍ମ ସାହୁଙ୍କ ପୁଅ ପଞ୍ଚାନନ ସାହୁ ନିକଟସ୍ଥ ଡଙ୍ଗର୍ଲା ଗ୍ରାମର ଚାବ୍ରି ବାଗର ପୁଅ ସୁରୁବାବୁ ବାଗଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା । ଗତକାଲି ପଞ୍ଚାନନ ନିଜ ଜମିରେ ଚାଷ ପାଇଁ ପାଣି ମାଡାଉଥିବା ବେଳେ ସୁରୁବାବୁ ହଠାତ୍ ତାଙ୍କୁ କୋଦଳରେ ଆକ୍ରମଣ କରିଥିଲେ । ତେବେ ଗ୍ରାମବାସୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ବରଗଡ ଟାଉନ୍ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.