ବାଂଶପାଳ ୧୮।୩: ଗୁଣି ଗାରେଡି ସନ୍ଦେହକୁ ନେଇ ପୁଣି ଘଟିଛି ହତ୍ୟାକାଣ୍ଡ। ଏଥର କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କଲଣ୍ଡା ଗାଁରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ଗୁଣି ଗାରେଡି ସନ୍ଦେହରେ ନିଜ ପିଉସୀକୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଛି ପୁତୁରା । ସୂଚନା ପାଇ ନୟାକୋଟ ଥାନା ପୋଲିସ କଲଣ୍ଡା ଗାଁରେ ପହଞ୍ଚି ଶବ ଜବତ କରିବା ସହ ପୋଷ୍ଟମର୍ଟମ ଲାଗି ପଠାଇଛି।
ପୋଲିସ ମୃତ ମହିଳାଙ୍କୁ ଚିହ୍ନଟ କରିଛି। ତାଙ୍କ ନାମ ରଇବାରୀ ଦେହୁରୀ ଓ ସେ କଲଣ୍ଡା ଗ୍ରାମର। ପୋଲିସ ହତ୍ୟାକାରୀ ପୁତୁରା ଶ୍ରୀକାନ୍ତ ଦେହୁରୀକୁ ଗିରଫ କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି। ଶ୍ରୀକାନ୍ତକୁ ମାମଲାରେ ଅଧିକ ପଚରା ଉଚରା କରାଯିବ ବୋଲି ପୋଲିସ କହିଛି।