ସୈତାନୀ ପୁଅ, ଭୁଲିଗଲା ସଂପର୍କ : ମାଡ ମାରି ନେଇଗଲା ବାପାଙ୍କ ଜୀବନ

Published By : Prameya-News7 Bureau | February 27, 2024 IST

ସମ୍ବଲପୁର ୨୭।୦୨ : ସମ୍ବଲପୁର ସଦର ଥାନା ଘେନୁପାଲି ଗାଁରେ ଅଘଟଣ । ବୃଦ୍ଧ ବାପକୁ ହତ୍ୟା କରିଦେଲା ସୈତାନ ପୁଅ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ମାରିଛି ପୁଅ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ରାଗି ଯାଇ ବାପାଙ୍କୁ ପ୍ରବଳ ମାଡ ମାରିଥିଲା । ଯେଉଁଥିରେ ବାପା ଲିଙ୍ଗରାଜ କୁମୁରା ଅଚେତ ଅବସ୍ଥାରେ ପଡିରହିଥିଲେ । ଏହାପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

wp:embed {"url":"https://www.prameyanews7.com/sex-racket-busted-in-bhadrak-banta-chowk/","type":"wp-embed","providerNameSlug":"prameya-news-7"}
https://www.prameyanews7.com/sex-racket-busted-in-bhadrak-banta-chowk/
/wp:embed

ସେପଟେ ହତ୍ୟାକାଣ୍ଡ ପରେ ପୁଅ ଅମୁଲ୍ୟ କୁମୁରା ଘଟଣାସ୍ଥଳରୁ ଫେରାର ମାରିଛି । ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଛାନ୍‌ଭିନ୍ ଜାରି ରଖିଛି ।

wp:embed {"url":"https://www.prameyanews7.com/12-hours-bangomunda-bandh-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/12-hours-bangomunda-bandh-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.