ନୀଳଗିରି ୧୧।୦୨ : ଭବାନୀଙ୍କ ଶବକୁ ଗାଁ ମଶାଣି ମନା । ହତ୍ୟା କରିଥିବା ଭାଇ-ଭାଉଜ ଧରାପଡିଛନ୍ତି । ହେଲେ ତାଙ୍କ ବାପା ସାମିଲ ଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗାଁ ଭବାନୀଙ୍କ ପାଇଁ ଗାଁ ମଶାଣୀ ବନ୍ଦ କରିଥିବା ଜଣାପଡିଛି ।
ଖବର ଅନୁଯାୟୀ, ନୀଳଗିରି ଥାନା ଅଧିନ କାଂଶ ଗାଁର ଦୁଇ ଯୁବକ ଭବାନୀ ରାଉତ ଓ ମନୋରଞ୍ଜନ ମହାପାତ୍ରଙ୍କୁ ଭବାନୀଙ୍କ ବଡ ଭାଇ ସୁପାରି କିଲର ଲଗାଇ ହତ୍ୟା କରିଥିଲେ । ୪ଦିନ ପରେ ମିତ୍ରପୁର ନିକଟ ପରିତ୍ୟକ୍ତ ଖାଦାନରୁ ଶବ ଉଦ୍ଧାର କରାଯାଇଥିଲା। ଏଭଳି ଘଟଣା ନେଇ ସାରା ଅଞ୍ଚଳବାସୀ ସ୍ତବ୍ଧ ପାଲଟିଯାଇଥିଲେ।
wp:embed {"url":"https://www.prameyanews7.com/cuttack-doctor-arrest-case/","type":"wp-embed","providerNameSlug":"prameya-news-7"} /wp:embedଶନିବାର ଦିନ ଶବ ବ୍ୟବଚ୍ଛେଦ ପରେ ଦୁଇ ଶବ ଅନ୍ତେଷ୍ଟୀ କ୍ରିୟା ପାଇଁ ଗାଁକୁ ଯାଇଥିଲା। ମନୋରଞ୍ଜନଙ୍କ ଶବ ଦାହ କରିବାକୁ ଗାଁ ଲୋକେ ଅନୁମତି ଦେଇଥିଲେ । ହେଲେ ଏହି ହତ୍ୟା ଘଟଣା ଭବାନୀଙ୍କ ବାପା ସନ୍ତୋଷ ରାଉତ ମଧ୍ୟ ସାମିଲ ଥିବା ସନ୍ଦେହ କରି ଭବାନୀଙ୍କ ଶବକୁ ଗାଁ ଶ୍ମଶାନରେ ଦାହ କରିବାକୁ ବାରଣ କରାଯାଇଥିଲା। ଫଳରେ ସନ୍ତୋଷ ପୁଅ ଭବାନୀର ଶବ ପୁରୀ ସ୍ବର୍ଗଦ୍ବାର ନେଇ ଶବ ସତ୍କାର କରିଥିବା ସୂଚନା ମିଳିଛି।
ସେପଟେ ଗ୍ରାମବାସୀ ମାନେ ସନ୍ତୋଷ ରାଉତଙ୍କ ପରିବାରକୁ ବାସନ୍ଦ କରିବା ନେଇ ଆଲୋଚନା ଚାଳିବାରୁ ଗାଁରେ ଅଶାନ୍ତି ଦେଖା ଦେଇଥିଲା।ନୀଳଗିରି ଥାନାରେ ଆସି ଅଭିଯୋଗ ପହଁଚିବା ପରେ ଥାନାରେ ଗ୍ରାମବାସୀମାନେ ଡେରା ପକାଇଥିବା ଜଣାପଡିଛି।
wp:embed {"url":"https://www.prameyanews7.com/famous-writer-sathakdi-hota-passes-away/","type":"wp-embed","providerNameSlug":"prameya-news-7"} /wp:embed