କରଞ୍ଜିଆ ୧୯।୦୭ : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ। ଘରୋଇ କଳିକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଘରୋଇ କଳିକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ।ଯାହାର ପରିଣତି ଏବେ ଭୟଙ୍କର ରୂପ ନେଇଛି। ସ୍ତ୍ରୀକୁ ପିଟି ପିଟି ମାରିଦେଇଛି ସ୍ୱାମୀ । ମୃତକ ଯଶିପୁର ଥାନା ମଣଦା ଗାଁର ବିଳାସୀ ନାଏକ ବୋଲି ଜଣାପଡିଛି । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଯଶିପୁର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମୁକ୍ତିଆରୀ ନାଏକକୁ ଗିରଫ କରିଛି । ଏହାସହ ଘଟଣାର ପ୍ରାଥମିକ ତଦନ୍ତ ଜାରି ରଖିଛି । ବାକି ଅଧିକ ତଦନ୍ତ ଲାଗି ବାରିପଦାରୁ ସାଇଣ୍ଟିଫିକ୍ ତଦନ୍ତକୁ ଡକାଯାଇଛି । ଟିମ୍ ଆସିବା ପରେ ଅଧିକ ତଥ୍ୟ ମିଳିବ ବୋଲି ଆଶା କରାଯାଉଛି ।