ଅଭାବନୀୟ ଘଟଣା, ମାମୁର ଗାଙ୍ଗିଆ ଚୋଟରେ ଭଣଜା ମୃତ

Published By : Prameya-News7 Bureau | November 19, 2023 IST

ବୈପାରିଗୁଡ଼ା ୧୯।୧୧ : ମାମୁର ଟାଙ୍ଗିଆ ଚୋଟରେ ଭଣଜା ମୃତ l ଏଭଳି ଅଭାବନୀୟ ଘଟଣା ବୈପାରୀଗୁଡା ବ୍ଲକ ସରୁଜବା ଗାଁରେ ଘଟିଛି l ମୃତକ ଉକ୍ତ ଗ୍ରାମର ଗୋପୀ ଗାଦବାଙ୍କ ୪୦ ବର୍ଷୀୟ ପୁଅ ଲେରୀ ଗାଦବା l

{"id":871769,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଶନିବାର ରାତିରେ ସାମାନ୍ୟ ବଚସାକୁ ନେଇ ମୃତକ ଲେରୀ ଏବଂ ତାଙ୍କ ମାମୁ ପୁଅ ଶୁକଦେବ ଗାଦବାଙ୍କ ମଧ୍ୟରେ ଝଗଡା ହୋଇଥିଲା l ହେଲେ ଲେରୀ କ୍ରୋଧରେ ଶୁକଦେବଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ସମୟରେ ଶୁକଦେବ ଘଟଣାସ୍ଥଳରୁ  ଦୌଡି ଚାଲିଯାଇଥିଲେ l

{"id":871770,"sizeSlug":"full","linkDestination":"none"}

ଏହି ଘଟଣାକୁ ନେଇ ଶୁକଦେବଙ୍କ ବାପା ଲେରୀଙ୍କୁ ଅଟକାଇବାରୁ ଶୁକଦେବଙ୍କ ବାପାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଲେରୀ l ଶେଷରେ ନିଜକୁ ବଞ୍ଚାଇବାକୁ ଯାଇ ଶୁକଦେବଙ୍କ ବାପା ଲେରୀଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା l ଖବର ପାଇ ରବିବାର ସକାଳେ ବୈପାରୀଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସେପଟେ ହତ୍ୟାକାରୀ ଶୁକଦେବର ବାପା ଲେରୀ  ଗାଦବା ଫେରାର ଅଛନ୍ତି l

wp:embed {"url":"https://www.prameyanews7.com/kangana-ranaut-announced-her-new-film/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kangana-ranaut-announced-her-new-film/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.