scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତୁଚ୍ଛ ହେଲା ସ୍ନେହ ଓ ମମତାର ଡୋରି, ଅମାନୁଷିକ ଭାବେ ମା’କୁ ହତ୍ୟା କଲା ପୁଅ

15/11/2023 at 11:35 AM

ଟାଙ୍ଗୀ ୧୫।୧୧ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ମଙ୍ଗଳପୁର ଗାଁରେ ଅଭାବନୀୟ ଘଟଣା । ଭୁଲିଗଲା ସ୍ନେହ ଆଉ ମମତା । ଜନ୍ମ କଲା ମାଆଙ୍କୁ ହତ୍ୟା କରିବାକୁ ବି ପଛାଇଲାନି ହାତ । ଶେଷରେ ମାକୁ ହତ୍ୟା କରିଦେଲା ପୁଅ । ମୃତକଙ୍କ ନାମ ସତ୍ୟଭମା ବେହେରା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ମଙ୍ଗଳବାର ବିଳମ୍ବିତ ରାତିରେ ମଙ୍ଗଳପୁର ଗାଁର ସ୍ୱର୍ଗତ ରଘୁନାଥ ବେହେରାଙ୍କ ମଝିଆଁ ପୁଅ ବନମାଳୀ ବେହେରା । ଯିଏ ନିଜର ଜନ୍ମ ମାକୁ ହତ୍ୟା କରିଛି । ୭୧ ବର୍ଷୀୟ ବୃଦ୍ଧା ସତ୍ୟଭମା ବେହେରାଙ୍କ ମୃତ୍ୟୁ ହୋଇଛି । ବନମାଳୀ ଏକ ଧାରୁଆ ଅସ୍ତ୍ରରେ ଅତି ଅମାନୁଷିକ ଭାବେ ମାକୁ ହତ୍ୟା କରିଛି । ଘରେ କେବଳ ମାଆ ଓ ପୁଅ ରହୁଥିଲେ । ପୁଅ ବନମାଳୀ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଏବଂ ଅଧିକାଂଶ ସମୟ ନିଶା ଖାଇ ଘରକୁ ଆସନ୍ତି ବୋଲି ଝିଅ ପ୍ରମିଳା ବେହେରା ସୂଚନା ଦେଇଛନ୍ତି ।

ତେବେ ବନମାଳୀ ମାନସିକ ରୋଗୀ ହୋଇଥିବା ଯୋଗୁଁ ତାର ସ୍ତ୍ରୀ ଓ ପିଲାମାନେ ଦୀର୍ଘ ବର୍ଷ ଧରି ଶାଶୁଘର ଛାଡି ଅଲଗା ରହୁଛନ୍ତି । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ କରୁଛି ।

   Related Posts