ବ୍ରହ୍ମପୁରରେ ଅଭାବନୀୟ ଘଟଣା, ଦାଦାର ଆକ୍ରମଣରେ ପୁତୁରା ମୃତ

Published By : Prameya-News7 Bureau | November 28, 2024 IST

ବ୍ରହ୍ମପୁର ୨୮।୧୧: ଗଞ୍ଜାମ ଜିଲ୍ଲା ସଦର ଥାନା ରୋହିଗାଁ ବଡ଼ାସାହିରେ ହତ୍ୟାକାଣ୍ଡ । ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଛାନ୍‌ଭୀନ୍‌ ଜାରି ରଖିଛି । 

ଖବର ଅନୁଯାୟୀ, ପୂର୍ବଶତ୍ରୁତାକୁ ନେଇ ପରିବାର ମଧ୍ୟରେ ବିବାଦ ରହିଥିଲା । ଶେଷରେ ବିବାଦ ଏତେ ବଢିଯାଇଥିଲା ଯେ,ଆକ୍ରମଣ ଯାଏଁ କେହି ପଛାଇ ନଥିଲେ । ମୃତ ଯୁବକ ଜଣଙ୍କ ଘରେ ଏକା ଥିବା ସମୟରେ ବାପା-ପୁଅ ଆସି ଆକ୍ରମଣ କରିଥିଲେ । ଯେଉଁଥିରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀ ଜଣଙ୍କ ମୃତ ଯୁବକଙ୍କ ସଂପର୍କୀୟ ଦାଦା ବୋଲି ଜଣାପଡିଛି। ଘଟଣା ପରେ ଦୁଇ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ମାରିଛନ୍ତି । ସେପଟେ ହତ୍ୟାକାଣ୍ଡ ପରେ ଦୁଇ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । 


  • ganjam
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.