ଭୁବନେଶ୍ୱର ୧୧।୧୨ : ଭୁବନେଶ୍ୱର ଉପକଣ୍ଠ ବାରଣ ନରଣପୁରରେ ହତ୍ୟାକାଣ୍ଡ । ପୁଅ ଆଗରେ ବାପାକୁ ହତ୍ୟା କରାଯାଇଛି । ମୃତକଙ୍କ ନାମ ତୋଫାନ ସାମଲ ବୋଲି ଜଣାପଡିଛି ।
ନରଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଆଜବେଷ୍ଟ ଟିଣରେ ଟେକା ପକାଇବାକୁ ନେଇ ପ୍ରତିବାଦ କରିଥିଲେ ।ତେବେ ପ୍ରତିବାଦକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏପିରିକି ସ୍ଥାନୀୟ ବାସିନ୍ଦାମାନେ ଇଟାରେ ଛେଚି ତୋଫାନ ସାମଲ ନାମକ ଜଣେ ଯୁବକଙ୍କୁ ଗୁରୁତର କରିଥିଲେ । ଏହାପରେ ତୋଫାନ୍ଙ୍କୁ ଉଦ୍ଧାର କରି ମେଡିକାଲରକୁ ନିଆଯାଉଥିଲା । ହେଲେ ଅଧାରାସ୍ତାରେ ଚାଲିଯାଇଛି ତୋଫାନଙ୍କ ଜୀବନ ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ମେଡିକାଲକୁ ପଠାଇଛି । ବାକି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଧରିବାକୁ ବାରଙ୍ଗ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।