ନୂଆଁସାହି ଗାଁରେ ଅଘଟଣ, ପୁଅ ମାଡ଼ରେ ଗଲା ବାପାଙ୍କ ଜୀବନ !

Published By : Prameya-News7 Bureau | March 03, 2024 IST

ଅନୁଗୋଳ ୦୩।୦୩ :  ଅନୁଗୋଳ ବନ୍ତଳା ଥାନା ନୂଆଁସାହି ଗାଁରେ ଅଘଟଣ । ପୁଅ ମାଡରେ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ନୂଆସାହି ଗାଁରେ ବାପ-ପୁଅଙ୍କ ମଧ୍ୟରେ କୌଣସି ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ପୁଅ ରାଗି ଯାଇ ବାପାଙ୍କୁ ମାଡ ମାରିଥିଲା । ଯେଉଁଥିରେ ବାପା ବିପ୍ରବର ଭୋଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  । ତେବେ ହତ୍ୟାକାଣ୍ଡ ପରେ ପୁଅ ବଳରାମ ଭୋଇ ଘଟଣାସ୍ଥଳରେ ଫେରାର ମାରିଛି ।

wp:embed {"url":"https://www.prameyanews7.com/murder-case-in-jagatsinghpur-ogarapur-village/","type":"wp-embed","providerNameSlug":"prameya-news-7"}
https://www.prameyanews7.com/murder-case-in-jagatsinghpur-ogarapur-village/
/wp:embed

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

wp:embed {"url":"https://www.prameyanews7.com/one-person-died-in-road-accident-at-kalagandi-khairamal/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-person-died-in-road-accident-at-kalagandi-khairamal/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.