ତାସ୍ ଖେଳରୁ ଜଘନ୍ୟ ହତ୍ୟାକାଣ୍ଡ, ୮ଦିନ ପରେ ମାଟିତଳୁ ମୃତଦେହ ଉଦ୍ଧାର
25/09/2018 at 8:50 PM

କପ୍ତିପଦା୨୫/୯: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପଠାଣପକା ଗ୍ରାମରେ ତାସ ଖେଳରେ ଟଙ୍କା ନେଣଦେଣକୁ ନେଇ ହୋଇଥିଲା ଜଘନ୍ୟ ହତ୍ୟାକାଣ୍ଡ । ଗତ ୧୭ ତାରିଖ ଦିନ ସୋମବାର ଦିନ ଗ୍ରମର ଚାମା ସିଜୋଇ ତାଙ୍କର କିଛି ସାଙ୍ଗଙ୍କ ସହ ତାସ ଖେଳିଥିଲେ । ଚାମା ସିଜୋଇ ତାସ୍ ଖେଳରେ ହାରିଯିବା ପରେ ତାଙ୍କୁ ତାଙ୍କ ସାଙ୍ଗ ସୁରେନ୍ଦ୍ର ପାତ୍ର ତାଙ୍କୁ ୪୦ଟଙ୍କା ମାଗିଥିଲେ । ସେ ଟଙ୍କା ନଦେବାରୁ ବଚସା ହୋଇଥିଲା । ସୁରେନ୍ଦ୍ର ପାତ୍ର ତାଙ୍କ ଦୁଇ ସହଯୋଗୀଙ୍କ ସହ ମିଶି ଚମାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବାପରେ ଚାମା ସିଜୋଇଙ୍କ ମୃତଦେହକୁ ନେଇ ଗୁଣ୍ଠିହୁଡ଼ି ଜଙ୍ଗଲରେ ମାଟିତଳେ ପୋତି ଦେଇଥିଲେ । ୮ଦିନ ପରେ ଖବର ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ସୁରେନ୍ଦ୍ର ପାତ୍ରକୁ ଗିରଫ କରିବା ସହ ଜଙ୍ଗଲରୁ ମାଟିତଳୁ ମୃତଦେହ ଉଦ୍ଧାର କରିଛି ।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023