ଟିଟିଲାଗଡ ୮/୭: ନାବାଳକକୁ ଘରୁ ଡାକିନେଇ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ନାବାଳକକୁ ସଇଁତଳା ମେଡିକାଲରେ ଭର୍ତ୍ତି କରାଯାଇଛି । ସଇଁତଳା ଥାନା ଭୋରପଡା ଗାଁର ଘଟଣା । ପଡୋଶୀ ସୁରଞ୍ଚିତ ଭୋଇ ନାବାଳକ ସହ ଏମିତି କାଣ୍ଡ କରିଥିବା ସୂଚନା ମିଳିଛି । ନାବାଳକର ଅବସ୍ଥା ଗୁରୁତର ଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି । କେଉଁ କାରଣ ପାଇଁ ପଡୋଶୀ ସୁରଞ୍ଚିତ ଏମିତି ହତ୍ୟା ଉଦ୍ୟମ କରିଛି ତାର ଛାନ୍ଭିନ୍ ଚଳାଇଛି ପୋଲିସ ।