ଆର ପି ରେସିଡେନସିଆଲ କଲେଜରେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

Published By : Prameya-News7 Bureau | September 09, 2019 IST

ଆଠଗଡ଼ ୯/୯: ବଡମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ରେ ଥିବା ଆର ପି ରେସିଡେନସିଆଲ କଲେଜରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଆଲୋଡନ ସୃଷ୍ଟି ହୋଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିବାବେଳେ କଲେଜ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟା ବୋଲି ସଫେଇ ଦେଇଛନ୍ତି।

{"id":155156}

ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ଗୋରିଲୋ ଗ୍ରାମର ତପନ କୁମାର ସାମଲଙ୍କ ପୁଅ ସୂର୍ଯ୍ୟକାନ୍ତ ଆର ପି ରେସିଡେନସିଆଲ କଲେଜରେ ଏହି ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷ ରେ ନାମ ଲେଖାଇଥିଲେ। କିନ୍ତୁ ଗତକାଲି ତାଙ୍କ ପୁଅ କୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ତପନ। ଗତକାଲି ସନ୍ଧ୍ୟାରେ କଲେଜ ପକ୍ଷରୁ ଫୋନ କଲ୍ କରି ପୁଅ ଦେହ ଖରାପ ଅଛି, ତୁରନ୍ତ ଆସ ବୋଲି କୁହାଯାଇଥିବା ବେଳେ ଏଠାରେ ଆସି ପୁଅର ମୃତଦେହ ଦେଖିଥିଲେ ପରିବାର ଲୋକେ। ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏଭଳି ଅସ୍ବାଭାବିକ ମୃତ୍ୟୁ କୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

{"id":155157}

ମୃତ ସୂର୍ଯ୍ୟ କାନ୍ତ ସେ ରହୁଥିବା ରୁମରେ ବେକରେ ତଉଲିଆ ଗୁଡ଼ାଇ ଫ୍ୟାନରେ ଟାଙ୍ଗୀ ହୋଇ ଆତ୍ମହତ୍ୟା କରିଥିବା ସଫେଇ ଦେଇଛନ୍ତି କଲେଜ କର୍ତ୍ତୃପକ୍ଷ। ତେବେ ସ୍ଥାନୀୟ ପୋଲିସର ବିନା ସହାୟତାରେ କିଭଳି କବାଟ ଭଙ୍ଗା ଗଲା, ଏବଂ ଡାକ୍ତରଖାନା ନିଆଯାଇଥିଲା ତାହା ବର୍ତମାନ ସନ୍ଦେହ ସୃଷ୍ଟି କରିଛି। ତେବେ ପୋଲିସ ପକ୍ଷରୁ ଏକ ହତ୍ୟା ମୋକଦ୍ଦମା କରାଯାଇ ଅନୁସନ୍ଧାନ ଜାରୀ ରହିଥିବା କହିଛନ୍ତି ମାଣିଆବନ୍ଧ ଫାଣ୍ଡି ଅଧିକାରୀ।

{"id":155158}

ପୁଅକୁ ପାଠ ପଢାଇ ବଡ଼ ମଣିଷ କରିବାର ସ୍ଵପ୍ନ ସ୍ଵପ୍ନ ରେ ରହିଗଲା। ତେବେ ଏହା ଉପରେ ତଦନ୍ତ ସଠିକ୍ ଭାବେ ହେଲେ ସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି।

{"id":155159}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.