Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହତ୍ୟାକାଣ୍ଡର ପର୍ଦ୍ଦାଫାସ, ଗିରଫ ହେଲା ଅଭିଯୁକ୍ତ

14/06/2019 at 4:15 PM

ମାର୍ଶାଘାଇ ୧୪|୬:  କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପଳସୁଧା ପାଇକା ନଦୀ ବନ୍ଧରେ ଘଟିଥିବା ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ୍ କରିଛି ପାଟକୁରା ପୋଲିସ । ଗତମାସ ୩୧ ତାରିଖରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଯୁବକ ହେଉଛନ୍ତି ସେକ୍ ନିଶାର ଅଲ୍ଲୀ ଏବଂ ସେ ଉତ୍ତରପ୍ରଦେଶ ରାଜ୍ୟର ମୂଳ ବାସିନ୍ଦା । ସେ ଗତ ୧୫ବର୍ଷ ହେବ ପଳଶୁଧା ଗ୍ରାମରେ ରହି ଆସୁଥିଲ। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ରାଜୁ ସିଂ ଚୌହାନ । ତାଙ୍କ ଘର ହେଉଛି ଉତ୍ତରପ୍ରଦେଶ ଜିଲ୍ଲା ଶାହାଜହାନପୁର । ପୋଲିସ ମୃତ ଯୁବକର ବ୍ୟାଗ୍,  ଦରକାରୀ କାଗଜପତ୍ର ଏବଂ ମୋବାଇଲ୍ ଫୋନ୍ ଜବତ କରିଛି । ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ ସୂଚନା ଦେଇଛି ।

   Related Posts