୨୧ ବର୍ଷୀୟା ଯୁବତୀଙ୍କୁ ହତ୍ୟା ମାମଲା : ହତ୍ୟାକାରୀ ପ୍ରେମିକ ଗିରଫ
2/03/2020 at 10:49 AM

ନବରଙ୍ଗପୁର ୨/୩: ଗତ ବୁଧବାର ଦିନ ଗାଁ ପାଖ ପାହାଡରେ ରବିନା ଖୋସ୍ଲା ନାମକ ୨୧ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟିରୁ କାକିରିଗୁମା ପୋଲିସ ଗିରଫ କରିଛି.।.ଏହି ହତ୍ୟା ଘଟଣାରେ ସେହି ଗ୍ରାମର ଶ୍ୟାମ ଡଙ୍ଗରିଙ୍କ ପୁଅ ଚୈତନ୍ୟ ଡଙ୍ଗରି ପ୍ରେମ ସମ୍ପର୍କକୁ ନେଇ ଏକ ଧାରୁଆ ଟାଙ୍ଗିଆରେ ହତ୍ୟା କରିଥିବା ଯୋଗୁଁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମିଳନୀ ଜରିଆରେ ଏସଡିପିଓ କହିଛନ୍ତି। ପ୍ରକାଶ ଥାଉକି ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଅନ୍ତର୍ଗତ ଡମ ପଚଂଡା ଗ୍ରାମର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ କେହି ଦୁର୍ବୁତ ବେକରେ ଧାରୁଆ ଅସ୍ତ୍ର ଯୋଗେ ହତ୍ୟା କରିଥିବା ବେଳେ ବେକରେ ଥିବା ଏକ ତୁଳାର ସୁନା ଚେନକୁ ଲୁଟି ନେଇଥିଲେ.।

.ଘଟଣାଟି ୨୬ ତାରିଖରେ ଘଟିଥିବା ବେଳେ ୨୭ ତାରିଖ ଦିନ ଲୋକ ଲୋଚନକୁ ଆସିଥିଲା.।. ଡମପଚଂଡା ଗ୍ରାମର ମଧୁସୁଦନ ଖସଲାଙ୍କ ଝିଅ ରବିନା ଖସଲା ୨୬ତାରିଖ ବୁଧବାର ଦିନ ଦୁଇଟାବେଳେ ଗ୍ରାମ ପାଖ ପାହାଡକୁ ଶୌଚ ପାଇଁ ଯାଇଥିଲା.।.କିନ୍ତୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରୁବିନା ଘରକୁ ନଫେରିବାରୁ ପରିବାର ଲୋକେ ସେଇ ପାହାଡକୁ ଯାଇ ଖୋଜାଖୋଜି କରିଥିଲେ ତଥାପି ରୁବିନାର କୌଣସି ଖୋଜଖବର ମିଳିନଥିଲା.।.ଏନେଇ ୨୭ତାରିଖ ଗୁରୁବାର ଦିନ ସକାଳେ ପୁଣି ଥରେ ପରିବାର ଲୋକେ ସେହି ପାହାଡରେ ଖୋଜାଖୋଜି କରିବା ପରେ ଏକ ବୁଦା ନିକଟରେ ରୁବିନାର ମୃତ ଦେହ ପଡିଥିବା ଦେଖି କାକିରିଗୁମା ଥାନାକୁ ଜଣାଇଥିଲେ.।.ଖବର ଶୁଣି ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନି କୁକୁର ସହ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରି ଆସିଥିଲେ.।.ସନ୍ଧାନୀ କୁକୁର ପହଁଚିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା.।.

ଏନେଇ କାକିରିଗୁମା ପୋଲିସ ଶବ ଜବତ କରି ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରଠାରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ ଜାରି ରଖିଥିଲା.।.ହତ୍ୟାକାରୀ ଜଣକ ରୁବିନା ଙ୍କ ଘର ପାଖର ଓ ସେ ରୁବିନାକୁ ଭଲ ପାଇ ପ୍ରେମ ସମ୍ପର୍କ ରଖି ଆସିଥିଲା..ଅନ୍ୟ ପଟେ ହତ୍ୟାକାରୀ ଜଣକ ତେନ୍ତୁଳି ଖୁଣ୍ଟିରେ ଆଉ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ବେଳେ ରୁବିନା ଏକଥା ଜାଣି ବାହା ହେବା ପାଇଁ ଚୈତନ୍ୟ କୁ ଜିଦ୍ ଧରିଥିଲେ।ଚୈତନ୍ୟ ଏଥିରେ ରାଜି ନହୋଇ ସବୁଦିନ ପାଇଁ ରୁବିନାଙ୍କୁ ହଟାଇଦେବାର ବ୍ୟବସ୍ଥା କରି ପାହାଡ ଉପରେ ଡାକିନେଇ ଏକ ଟାଙ୍ଗିଆରେ ହାଣି ପିନ୍ଧିଥିବା ଚେନ ଧରି ଚମ୍ପଟ ମାରିଥିଲା।.ପୋଲିସ ହତ୍ୟାକାରୀ ଚୈତନ୍ୟକୁ ଧରିବା ସହ ବ୍ୟବହାର କରିଥିବା ଟାଙ୍ଗିଆକୁ ପୋତାଯାଇଥିବା ବିଲରୁ ଯବତ କରିଥିବା ବେଳେ ବିକ୍ରି କରିଥିବା ସୁନା ଚେନକୁ ମଧ୍ୟ ଯବତ କରିଛି.।

୩୦ ହଜାର ଟଙ୍କାରେ ସୁନା ବନ୍ଧକ ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଅଟକ ରଖି ତାଙ୍କ ଠାରୁ ସୁନା ମିଳିଥିବା ଏସଡିପିଓ ପ୍ରକାଶ କରିଛନ୍ତି। ତେବେ ଅନେକ ହତ୍ୟାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଧରା ପଡିବେ ବୋଲି ମୃତ ଯୁବତୀଙ୍କ ପରିବାର କହିବା ସହ ଯେପରି ଭାବେ ଝିଅକୁ ନିର୍ମମ ଭାବେ ହତ୍ୟା କରାଯାଇଛି ହତ୍ୟାକାରିଙ୍କୁ ଫାଶୀ ଦିଆଯାଇ ନ୍ୟାୟ ମିଳୁ ବୋଲି ଥାନା ସମ୍ମୁଖରେ ରୁବିନାର ସମ୍ପର୍କିୟ ହୋହାଲା କରିଥିଲେ.।