ଭୁବନେଶ୍ବର ଫାଳିକିଆ ବସ୍ତିରେ ହତ୍ୟା ଘଟଣା ; ବିହାରରୁ ଅଭିଯୁକ୍ତ ଗିରଫ
25/09/2018 at 12:27 PM

ଭୁବନେଶ୍ବର ୨୫|୯: ଭୁବନେଶ୍ବର ସ୍ଥିତ ଫାଳିକିଆ ବସ୍ତିରେ ହୋଇଥିବା ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ହତ୍ୟା ଘଟଣାର ଅଭିଯୁକ୍ତ ସୁକଦେବ କେଭେଟକୁ ଗିରଫ କରିଛି ପୋଲିସ । ବିହାରରରୁ ସୁକଦେବକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଗତକାଲି ରାତିରେ ସୀତା ଦେଈଙ୍କୁ ହତ୍ୟା କରି ଫେରାର ଥିଲା ସୁକଦେବ । ଏକତରଫା ପ୍ରେମକୁ ନେଇ ଘଟିଥିଲା ହତ୍ୟାକାଣ୍ଡ । ସୁକଦେବ ନିକଟରେ ଶ୍ରମିକ ଭାବେ କାମ କରୁଥିଲା ସୀତା ଦେଈ । ସୀତାଦେଈଙ୍କ ଘର ଖୋର୍ଦ୍ଧା ନାଚୁଣୀ ଅଞ୍ଚଳରେ । ସେ ଫାଳିକିଆ ବସ୍ତିରେ ରହି ଶ୍ରମିକ ଭାବେ କାମ କରୁଥିଲେ ।