ଅମ୍ବିକା ଫାଉଣ୍ଡେସନର ଶ୍ରୀମତୀ ଭୁବନେଶ୍ୱରୀ ମୁକୁଟ ପିନ୍ଧିଲେ ମୁନ୍‌ମୁନ୍‌ ସିଂହ

Published By : Prameya-News7 Bureau | January 14, 2019 IST

ଭୁବନେଶ୍ୱର, ୧୪/୦୧ : ମଞ୍ଚ ଉପରେ ଚିକ୍‌ମିକ୍‌ ରଙ୍ଗୀନ ଆଲୋକ, ଶାସ୍ତ୍ରୀୟ ସୁମଧୁର ସଙ୍ଗୀତର ଧୂନ୍‌ ଆଉ ଧୂଆଁଳିଆ ପରିବେଶ ଭିତରେ ଜଣକ ପରେ ଜଣେ ସୁନ୍ଦରୀମାନେ ଆବିର୍ଭାବ ହେଉଥିଲେ। ପ୍ରତ୍ୟେକଙ୍କ ଚେହେରାରେ ଚମକ୍‌ ଆଉ ଆଖିରେ ଥିଲା ଅଗଲ ଚଗଲ ଇସାରା। କିଏ ଗଜଗମନୀ ତ ଆଉ କିଏ ସୁନାହରିଣୀ ପରି ଢଳି ଢଳି ଚାଲୁଥିଲେ। ଏମାନଙ୍କୁ ଦେଖି ମଞ୍ଚ ସାମ୍ନାରେ ବସିଥିବା ଦେଖଣାହାରୀଙ୍କ ଆଖି, ମନ ବି ଶିହରି ଉଠୁଥିଲା।

{"id":73987}

ସ୍ୱାମୀ, ସନ୍ତାନ ଓ ଶାଶୂ-ଶ୍ୱଶୁରଙ୍କ ସେବା କରୁ କରୁ ନାରୀଟିଏ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ହଜେଇ ବସନ୍ତି। ହେଲେ ଅମ୍ବିକା ଫାଉଣ୍ଡେସନ ପକ୍ଷରୁ ବିବାହିତା ନାରୀମାନଙ୍କୁ ନେଇ ଆୟୋଜିତ ହୋଇଥିଲା ‘ଶ୍ରୀମତୀ ଭୁବନେଶ୍ୱରୀ’ ପ୍ରତିଯୋଗିତା। ସେମିଫାଇନାଲ ରାଉଣ୍ଡର ସମସ୍ତ ପ୍ରତିଯୋଗୀ ଉତ୍କଳ ମଣ୍ଡପ ବର୍ଣ୍ଣାଢ୍ୟ ମଞ୍ଚରେ ପାରମ୍ପରିକ ଓ ଆଧୁନିକ ପୋଷାକରେ ଜଣକ ପରେ ଜଣେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥିଲେ।

{"id":73984}

ଏହାପରେ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିବା ସାତଜଣ ପ୍ରତିଯୋଗୀଙ୍କୁ ବିଚାରକମାନେ ‘ନାରୀତ୍ୱ କହିଲେ କ’ଣ ବୁଝ’, ‘ଗୋଟିଏ ଘଟଣାକୁ ଅଭିନୟ କରି ଦେଖାଅ ’ ଏବଂ ‘ସାମ୍ପ୍ରତିକ ବିଷୟକୁ ନେଇ ସାଧାରଣଜ୍ଞାନ’ ସମ୍ପର୍କୀୟ ପ୍ରଶ୍ନ କରିଥିଲେ।

ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରି ‘ଶ୍ରୀମତୀ ଭୁବନେଶ୍ୱରୀ’ ମୁକୁଟ ପିନ୍ଧିଥିଲେ ସୁନ୍ଦରୀ ମୁନ୍‌ମୁନ୍‌ ସିଂହ। ପ୍ରଥମ ରନର୍ସ ଅପ ସଙ୍ଗୀତା ପଟ୍ଟନାୟକ, ଦ୍ୱିତୀୟ ରନର୍ସ ଅପ ସଙ୍ଘମିତ୍ରା ଏବଂ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଥିଲେ ମଧୁସ୍ମିତା।

{"id":73986}


ବିଚାରକଙ୍କ ଭୂମିକା ନିର୍ବାହ କରିଥିଲେ ଚଳଚ୍ଚିତ୍ର ନିଦେର୍ଶକ ଜ୍ୟୋତି ଦାସ, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ନୃତ୍ୟଶିଳ୍ପୀ ସୁହାଗନଳିନୀ ଦାସ, ସାମ୍ବାଦିକ ସତ୍ୟ ପାଣିଗ୍ରାହୀ ଓ ସୌମିତା ଦାସ। କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ରିୟା ନନ୍ଦ। ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ରୋଜାଲିନ ପାଟ୍ଟଶାଣୀ, ଶୁଭଶ୍ରୀ ଦାସ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଶଙ୍କର୍ଷଣ ପରିଡ଼ା ଏବଂ ସାମ୍ବାଦିକ କିଶୋର ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

{"id":73989}

ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ଅମ୍ବିକା ମହାରଣା ଓ ଓଲିଉଡ୍‌ କ୍ରିଏଟିଭ୍‌ ହେଡ୍‌ ପ୍ରଣୟ ଜେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାପତି ତ୍ରିନାଥ ମହାରଣା, ଉପଦେଷ୍ଟା ବ୍ରଜେନ୍ଦ୍ର ପ୍ରସାଦ ଦାସ, କାର୍ଯ୍ୟକାରୀ ସମ୍ପାଦିକା ସୁନନ୍ଦା ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.