କେ।ମଳମତୀ ଶିଶୁଙ୍କ ପାଇଁ ଯୋଜନାର ବାସ୍ତବ ଚିତ୍ର - ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

Published By : Prameya-News7 Bureau | November 05, 2019 IST

ମୁନିଗୁଡା ୦୫।୧୧ - କେ।ମଳମତୀ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ସହ ସେମାନଙ୍କ ବୌଦ୍ଧିକ ବିକାଶ ଉଦେଶ୍ୟରେ ଆରମ୍ଭ ହେ।ଇଥିଲା ଅଙ୍ଗନଓ୍ବାଡି କେନ୍ଦ୍ର । କିନ୍ତୁ ବାସ୍ତବରେ ଯେ।ଜନା କେତେ ସଫଳ ତାହାର ଏକ ପ୍ରମାଣ ଲାଗିଛି ନ୍ୟୁଜ୍ ସେଭେନ୍ ହାତରେ ।କେ।ଟି କେ।ଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଅସ୍ବାସ୍ଥ୍ୟକର ପରିବେଶ ଓ ଅବ୍ୟବସ୍ଥା ଭିତରେ ବାରଣ୍ଡାରେ ଚାଲିଛି ଶିଶୁଙ୍କ ବିକାଶ ।

{"id":179596}

ଛାତରୁ ପାଣି ଗଳୁଛି । ସିମେଣ୍ଡ ଖଣ୍ଡ ଖଣ୍ଡ ହେ।ଇ ଖସୁଛି । ବିପଦସଙ୍କୁଳ ଅବସ୍ଥାରେ ରହିଛି ଘର । ଏ ଦୃଶ୍ୟ ହେଉଛି ମୁନିଗୁଡା ବ୍ଲକ ଗଜାଗୁପୁଲି ଗାଁ ଅଙ୍ଗନଓ୍ବାଡି କେନ୍ଦ୍ରର । ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ । ଅଙ୍ଗନଓ୍ବାଡି କେନ୍ଦ୍ର ଥାଇ ବି ନ ଥିବା ସହ ସମାନ । ତେଣୁ ବାଧ୍ୟ ହେ।ଇ ଗାଁର ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ପିଲାଙ୍କୁ ପାଠ ପଢାଉଛନ୍ତି ଦିଦି । ପିଲା ସିନା ବସୁ ନାହାନ୍ତି, କିନ୍ତୁ ଗୃହପାଳିତ ପଶୁଙ୍କୁ ବନ୍ଧାଯାଉଛି । ଅନେକ  ଅଭିଯେ।ଗ ପରେ ବି ନୂତନ କେନ୍ଦ୍ର ତିଆରି ହେଉନି କି ପୁରୁଣା ଘରର ମରାମତି କରାଯାଉନି । ତେଣୁ ଛେଳି ଗୁହାଳ ପାଲଟିଛି ଅଙ୍ଗନଓ୍ବାଡି କେନ୍ଦ୍ର ।

{"id":179597}

ସେହିଭଳି ମୁନିଗୁଡା କରଡାଙ୍ଗ ଗାଁରେ ମଧ୍ୟ ସମାନ ଅବସ୍ଥା । ବର୍ଷ ବର୍ଷ ଧରି ଗଛ ମୂଳେ, ପର ବାରଣ୍ଡାରେ କେନ୍ଦ୍ର ଚାଲିବା ପରେ ନିକଟରେ ଗାଁରେ ଏହି କେନ୍ଦ୍ର ପ୍ରତିଷ୍ଠା ହେ।ଇଛି । ପ୍ରଶାସନ ଓ ଠିକାଦାରଙ୍କ ତାଳମଳ ଅଭାବ ଯେ।ଗୁଁ ଗୃହଟିକୁ ବିଭାଗକୁ ହସ୍ତାନ୍ତର କରାଯାଉନି ।ତେଣୁ ପୂର୍ବ ଭଳି ପିଲାଙ୍କୁ ବାରଣ୍ଡାରେ ବସାଉଛନ୍ତି ଦିଦି ।ଯେଉଁଠି ପାଠ ପଢା, ସେଇଠି ଖାଇବା, ଖେଳିବା ।ସେପଟେ ୧୫ ଦିନ ଭିତରେ ପଦକ୍ଷେପ ନେବେ ବେ।ଲି ଚିରାଚରିତ ଉତ୍ତର ରଖିଛନ୍ତି ବିଡିଓ ।

{"id":179598}

ରାୟଗଡା ଜିଲ୍ଲାରେ କେବଳ ଏହି ୨ଟି କେନ୍ଦ୍ର ନୁହେଁ, ମୁନିଗୁଡା  ବ୍ଳକର ୧୭୭ଟି କେନ୍ଦ୍ରମଧ୍ୟରୁ ୪୪ ଟିର ନିଜସ୍ବ ଗୃହ ନାହିଁ । ସେଥିମଧ୍ୟରୁ ୨୬ ଟିର ଗୃହ କାମ ଚାଲିଛି । ତେବେ ମୁନିଗୁଡା ବ୍ଳକ୍ ରେ ଯଦି ଏଭଳି ଅବସ୍ଥା ସାରା ଜିଲ୍ଲାରେ କଣ ଥିବ ତାହା ସହଜରେ ଅନୁମେୟ ।

{"id":179599}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.