scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସିଧାସଳଖ ପୌର ଅଧ୍ୟକ୍ଷ ନିର୍ବାଚନକୁ କ୍ୟବିନେଟ୍ ମୋହରମାରିବା ପରେ ଏବେ ରାଜନୈତିକ ବୟାନବାଜି

8/09/2018 at 7:32 PM

ଭୁବନେଶ୍ବର ୮|୯: ଏଣିକି ସିଧାସଳଖ ଲୋକଙ୍କ ଭୋଟ ଦ୍ବାରା ନିର୍ବାଚିତ ହେବେ ପୌରାଧ୍ୟକ୍ଷ । ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଓ ଏନଏସି ଅଧ୍ୟକ୍ଷ ପରୋକ୍ଷ ଭାବେ ନିର୍ବାଚନ ଲଢ଼ି କ୍ଷମତା ଉପଭୋଗ କରିପାରିବେ ନାହିଁ । ରାଜ୍ୟ ସରକାର ଏ ବ୍ୟବସ୍ଥାକୁ ଏବେ ହଟାଇବାକୁ ଯାଉଛନ୍ତି । ଏସବୁ ପଦ ପାଇଁ ଏଣିକି ପ୍ରତ୍ୟକ୍ଷଭାବେ ନିର୍ବାଚନ ଲଢ଼ିବାକୁ ପଡ଼ିବ । ରାଜ୍ୟ କ୍ୟାବିନେଟ୍ର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତିକୁ ନେଇ ରାଜନୈତିକ ବୟାନବାଜି ବି ତେଜ୍ ହୋଇଛି ।
ଲୋକେ ଯାହାକୁ ଭୋଟ ଦେଇ ଜିତାଇବେ, ସେ ହିଁ ହେବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ମେୟର । କର୍ପୋରେଟର କିମ୍ବା କାଉନସିଲରଙ୍କୁ ନିଜ ସପକ୍ଷରେ ପଟାଇ ଆଉ କେହି ଏଭଳି କ୍ଷମତା ଉପଭୋଗ କରିପାରିବେ ନାହିଁ । ନିଜର ପରଫର୍ମାନ୍ସ୍, ଆଉ ଲୋକାଭୀମୁଖୀ କାର୍ଯ୍ୟକ୍ରମ ହିଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ମେୟର ଭଳି ପଦବୀ ପାଇଁ ନେତାଙ୍କ ଭାଗ୍ୟ ସ୍ଥିର କରିବ । ଏଣିକି କର୍ପୋରେଟର ଆଉ କାଉନସିଲରଙ୍କ ଭଳି ମହାନଗର ନିଗମର ମେୟର, ପୌରାଧ୍ୟକ୍ଷ ଏବଂ ଏନଏସି ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବାକୁ ପଡ଼ିବ । ସେହିଭଳି ଉପାଧ୍ୟକ୍ଷ ଏବଂ ଡେପ୍ୟୁଟି ମେୟର ମଧ୍ୟ ଲୋକଙ୍କ ଭୋଟ ଦ୍ବାରା ନିର୍ବାଚିତ ହେବେ । ହେଲେ ରାଜ୍ୟ କ୍ୟାବିନେଟ୍ର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତିକୁ ନେଇ ବିରୋଧୀ କହିଛନ୍ତି ଏହା ଦିଲ୍ଲୀରୁ ଦୌଲତାବାଦ ଭଳି ଘଟଣା। ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ନାହିଁ ।ତେଣୁ ସରକାର େହାକୁ କାର୍ଯ୍ୟକାରୀ କରିବାରେ କେତେ ସଫଳ ହେବା ସେ ନେଇ ସନ୍ଦେହ ରହିଛି ।
ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ପଞ୍ଚାୟତ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ବ୍ୟବସ୍ଥା କରାଯାଇଥିଲା । ମାତ୍ର ପରବର୍ତ୍ତୀ ସରକାର ସମୟରେ ଏଥିରେ ପରିବର୍ତନ କରାଯାଇଥିଲା । ଆଉ ଏବେ ନବୀନ ନିଜ ଚତୁର୍ଥ ପାଳିରେ ବିଜୁବାବୁଙ୍କ ଅମଳର ସେଇ ପୁରୁଣା ନୀତିକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ଚାହିଁଛନ୍ତି । ଏହା ଦ୍ବାରା ଅଧ୍ୟକ୍ଷ ନିର୍ବାଚନକୁ ନେଇ ଯେଉଁ ଘୋଡ଼ା ବେପାର ହେଉଥିଲା ତାକୁ ରୋକାଯାଇପାରିବ । ମେୟର ଓ ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଚୟନରେ ସ୍ବଚ୍ଛତା ଆସିବ । ଲୋକଙ୍କ ନଜରରେ ଏହି ପଦବୀ ପାଇଁ ଯିଏ ଯୋଗ୍ୟ, ସେହି ହିଁ କ୍ଷମତାକୁ ଆସିବ । ଆଗକୁ ମହାନଗର ନିଗମ, ପୌର ଓ ଏନଏସି ନିର୍ବାଚନ ହେବାକୁ ଥିବା ବେଳେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବୀ ବୋଲି କୁହାଯାଉଛି ।

   Related Posts