oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଟିକେଟ୍‌ ପାଇଁ ଚାଲିଛି ଲବି, ପ୍ରଥମ ଦିନରେ ପୌର ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ନାହିଁ ପ୍ରାର୍ଥୀ

2/03/2022 at 8:33 PM

ଭୁବନେଶ୍ୱର, ୦୨/୦୩: ଆଜିଠୁ ପୌର ନିର୍ବାଚନ ଲାଗି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଦଳୀୟ ପ୍ରାର୍ଥୀ ଚୁଡ଼ାନ୍ତ ହୋଇନଥିବାରୁ ପ୍ରଥମ ଦିନରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ ବି ଆଶାୟୀମାନେ ଫର୍ମ କିଣିଛନ୍ତି । ସେପଟେ କଂଗ୍ରେସ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ ବସିଥିବା ବୈଠକରେ କଟକର ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାମ ଚୁଡାନ୍ତ ହୋଇଛି । ପ୍ରାର୍ଥୀ ତାଲିକା ଚୁଡାନ୍ତ କରିବାକୁ ବିଜେପି ଓ ବିଜେଡିରେ ଅଙ୍କ କଷା ଚାଲିଛି ।

କିଏ ହେବେ ମେୟର ପ୍ରାର୍ଥୀ ? କାହାକୁ ମିଳିବ ଅଧ୍ୟକ୍ଷ ଟିକେଟ୍‌ ? କାଉନସିଲର, କର୍ପୋରେଟର ଓ ୱାର୍ଡ ସଭ୍ୟ ଲାଗି ଟିକେଟ ହାତେଇବାକୁ ସବୁ ଦଳରେ ଚାଲିଛି ଲବି । ୧୦୬ ପୌରପରିଷଦ ଓ ୩ ମହାନଗର ନିଗମ ନିର୍ବାଚନ ଲାଗି ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।  ବୌଦ୍ଧରୁ ବଡବିଲ କଟକରୁ କୋରାପୁଟ ଯାଏ ସବୁଠି ଆଶାୟୀ କିନ୍ତୁ ନାମାଙ୍କନ ପତ୍ର କିଣିଛନ୍ତି । ନାମାଙ୍କନ ଦାଖଲ ଲାଗି ସବୁଠି ପ୍ରସ୍ତୁତି ସରିଛି ।

ଏଥର ମେୟର ଓ ଅଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେଉଥିବାରୁ କାଉନସିଲର କର୍ପୋରେଟର ଓ ୱାର୍ଡ ସଭ୍ୟ ପ୍ରାର୍ଥୀ କିଏ ହେବ ତା ଉପରେ ଯେତିକି ନଜର ନାହିଁ କିଏ ମେୟର ଓ ଅଧ୍ୟକ୍ଷ ଲଢିବେ ସେଥିଲାଗି ଛକାପଞ୍ଝା ଅଧିକ ରହିଛି । କଟକ, ବ୍ରହ୍ମପୁର ଓ ଭୁବନେଶ୍ବର ମହାନଗର ନିଗମ ମେୟର ପଦ ଲାଗି ଆଶାୟୀଙ୍କ ଲବି ବଢିବଢି ଚାଲିଛି । କଟକ ମହାନଗର ନିଗମ ଲାଗି କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଗିରିବାଳା ବେହେରାଙ୍କ ନାଁରେ ମୋହର ମାରିଛି । ଆଜି ବସିଥିବା ବୈଠକରେ କଟକ ମହାନଗର ନିଗମ ଲାଗି ସମସ୍ତ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଚୁଡାନ୍ତ ହୋଇଛି । ତେବେ ୨ ଦିନ ମଧ୍ୟରେ ଭୁବନେଶ୍ବର ଓ ବ୍ରହ୍ମପୁର ସହ ସବୁ ପୌର ପରିଷଦ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କଂଗ୍ରେସ କହିଛି । ସେପଟେ କଟକ ମହାନଗର ନିଗମ ମେୟର ଲାଗି ବିଜେଡିରୁ ସାଂସଦ ସୁବାଷ ସିଂହଙ୍କ ନାଁ ଆଗରେ ରହିଛି । ସେହିପରି ରଞ୍ଜନ ବିଶ୍ବାଳ, ସିଏମସି ପୂର୍ବତନ କମିଶନର ଜ୍ଞାନ ରଞ୍ଜନ ଦାଶ, ଅରୁପ ପଟ୍ଟନାୟକ, ଅରିନ୍ଦମ ରାୟଙ୍କ ନାଁ ବି ଏଥିପାଇଁ ଚର୍ଚ୍ଚା ହେଉଛି । ବିଜେପିରୁ ବିନୋଦ ଦାଶଙ୍କ ନାଁ ରହିଛି ଆଗରେ । ସେମିତି ଭୁବନେଶ୍ବର ମହାନଗର ନିଗମ ମେୟର ମହିଳାଙ୍କ ଲାଗି ସଂରକ୍ଷଣ ଥିବାରୁ ପ୍ରାର୍ଥୀ ହେବାକୁ ନେତାଙ୍କ ଘରେ ଆଶାୟୀଙ୍କ ଭିଡ ଲାଗିଛି । ବ୍ରହ୍ମପୁର ମେୟର ପଦବୀ ଲାଗି କାହାରି ନାଁରେ ମୋହର ବାଜି ନଥିଲେ ବି  ତିନି ଦଳରେ ଏନେଇ ଅଙ୍କ କଷା ଚାଲିଛି ।

   Related Posts