oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପୌର ନିର୍ବାଚନ: ସୋମବାର ନାମାଙ୍କନ ଦାଖଲର ଶେଷ ତାରିଖ, ଏ ଯାଏଁ ପୂରା ପ୍ରାର୍ଥୀ ତାଲିକା ଖୋଲୁ ନାହାନ୍ତି ରାଜନୈତିକ ପାର୍ଟି

6/03/2022 at 10:23 PM

ଭୁବନେଶ୍ଵର ୦୬/୦୩: ପୌର ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ।  ମହାନଗର ନିଗମ ଠାରୁ ପୌର ପରିଷଦ ଓ ଏନଏସି ସବୁଠି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ ଚାଲିଛି । ନାମାଙ୍କନ ଦାଖଲର ସମୟ ସରି ଆସୁଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି। ଭୁବନେଶ୍ବର ମହାନଗର ନିଗମର କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ କଟକ ମହାନଗର ନିଗମ ପ୍ରାର୍ଥୀ   ଗିରିବାଳା ବେହେରା ନୋମିନେସନ ଦାଖଲ କରିଛନ୍ତି ।  କାଲି ନାମାଙ୍କନ ଦାଖଲର ଶେଷ ତାରିଖ ତେଣୁ କାଲି ସମସ୍ତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ସେପଟେ ଏପର୍ଯ୍ୟନ୍ତ କାଉସେଲର ଏବଂ କର୍ପୋରେଟର ପ୍ରାର୍ଥୀ କିଏ ହେବ ସେନେଇ ବିଜେଡି-ବିଜେପି ପତ୍ତା ଖୋଲୁନାହାନ୍ତି। 

କାଲି ସରିବ ନାମାଙ୍କନ । ଏଯାଏଁ ପୂରା ପ୍ରାର୍ଥୀ ତାଲିକା ଖୋଲୁନି।  ପ୍ରାର୍ଥୀ ପାଇଁ ଯୋଗ୍ୟ ବ୍ୟକ୍ତି ପାଉନାହାନ୍ତି ନା ପରସ୍ପରକୁ ଛକାପଞ୍ଝା ହେଉଛନ୍ତି। କିଏ କେଉଁଠୁ କାଉଲସିଲର ବା କରପୋରେଟର ଲଢିବେ ସେନେଇ ପତ୍ତା ଖୋଲୁ ନାହାନ୍ତି ପଲଟିକାଲ ପାର୍ଟି । କାଳେ ବିଦ୍ରୋହ ମୁଣ୍ଡ ଟେକିବ ସେ ଆଶଙ୍କା ବି ରହିଛି । ତେଣୁ ଦିନ ଗଡ଼ି ଗଡ଼ି ଆଉ ରହିଲା ମାତ୍ର ୨୦ ଘଣ୍ଟାରୁ କମ ସମୟ। ଯେହେଉତୁ ସହରାଞ୍ଚଳରେ ଲୋକେ ପ୍ରାର୍ଥୀଙ୍କୁ ଯୋଗ୍ୟକୁ ଅଧିକ ତଉଲୁଛନ୍ତି ତେଣୁ ପ୍ରାର୍ଥୀ ଚୟନରେ ଏବେ ରାଜନୈତିକ ଦଳଗୁଡ଼ିକ ଅଧିକ ସତର୍କ ହୋଇପଡ଼ିଛନ୍ତି।  କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ଯାହାର ଫଳ ହୋଇଛି ତାଲିକା ପ୍ରକାଶ କରିବାରେ ବିଳମ୍ବ ହୋଇଛି।

ଏମିତି ନ ହେଉ ପ୍ରାର୍ଥୀଙ୍କ ଯୋଗ୍ୟତା ଆଗରେ ଦକ୍ଷତା ଫିକା ପଡ଼ିନଯାଉ। ଏମିତି କିଛି ଶଙ୍କାରେ ପଡ଼ିଛନ୍ତି କି ରାଜନୈତିକ ଦଳ। ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବା ବେଳେ ଏପର୍ଯ୍ୟନ୍ତ କାଉନସିଲର ଓ କର୍ପୋରେଟର ତାଲିକା ପ୍ରକାଶ କରୁନାହାନ୍ତି ରାଜନୈତିକ ଦଳଗୁଡ଼ିକ। 

ବିରାଟ ପଟୁଆରରେ ପ୍ରାର୍ଥୀ ମାନେ ଆସି ଭୁବନେଶ୍ଵର  ଅତିରିକ୍ତ ଜିଲ୍ଲାପାଳ ଅଫିସରେ  ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ଆଜି ନାମାଙ୍କନ ଦାଖଲ କରିଛନ୍ତି । ଦଳୀୟ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଛନ୍ତି ମଧୁସ୍ମିତା । ସେହିପରି କଟକ ମହାନଗର ନିଗମ ପାଇଁ  ଆଜି କଂଗ୍ରେସ ପକ୍ଷରୁ ଗିରିଵାଳା ବେହେରା ନୋମିନେସନ ଦାଖଲ କରିଛନ୍ତି । ସେ ମଧ୍ୟ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଭରିଥିଲେ।

କାଲି ଶେଷ ଦିନରେ ଦାଣ୍ଡ ଦୁଲୁକିବ। କାରଣ ମେୟରଙ୍କ ସାଙ୍ଗକୁ ବହୁ ସଂଖ୍ୟାରେ କର୍ପୋରେଟର କାଉନସିଲର ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା କାଲି କଟକ ମେୟର ପଇଁ ବିଜେଡି ପ୍ରାର୍ଥୀ ସୁବାସ ସିଂ, ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ, ଭୁବନେଶ୍ବର ମେୟର ପାଇଁ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ, ବିଜେପି ପ୍ରାର୍ଥୀ ସୁନିତୀ ମୁଣ୍ଡ୍  ନାମାଙ୍କନ ଭରିବେ। ସେହିପରି ବ୍ରହ୍ମପୁରରେ  ବିଜେଡି ମେୟର୍ ପ୍ରାର୍ଥୀ ସଂଘମିତ୍ରା ଦଳାଇ ଆଜି ନାମାଙ୍କନ ପତ୍ର କିଣି ନେଇଥିବା ବେଳେ ସେ ମଧ୍ୟ କାଲି ନାମାଙ୍କନ ଦାଖଲ କରିବେ ।

ଛକା ପଞ୍ଝା ଭିତରେ ଦଳରେ ଆଶାୟୀ ଥିବା ପ୍ରାର୍ଥୀଙ୍କ ଟିକେଟ କଟିଲେ ଦଳ ପାଇଁ ମୁଣ୍ଡ ବିନ୍ଧା ପାଲଟିବା ଚର୍ଚ୍ଚା ହେଉଛି । ସେପଟେ ପାଠସାଠ, ଦକ୍ଷତା ଦେଖି ପ୍ରାର୍ଥୀ ସ୍ଥିର କରିବା ପାଇଁ ଦଳଗୁଡ଼ିକ ଲମ୍ବା ଅଙ୍କ କଷି ସାରିଲେଣି। 

   Related Posts