scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକ ମୁଣ୍ଡଳୀ ନିକଟରେ ଦିନ ୩ଟା ସୁଦ୍ଧା ୯ ଲକ୍ଷ ୮୭ ହଜାର ୪୧୮ ଘନଫୁଟ ଜଳ ପ୍ରବାହିତ

15/08/2022 at 4:36 PM

କଟକ ୧୫।୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । କେତେକ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସେହିଭଳି ମହାନଦୀର ଜଳସ୍ତର ମଧ୍ୟ ବଢୁଛି ।

ତେବେ କଟକ ମୁଣ୍ଡଳୀ ନିକଟରେ ମଧ୍ୟାହ୍ନ ୩ଟା ସୁଦ୍ଧା ୯ ଲକ୍ଷ ୮୭ ହଜାର ୪୧୮ ଘନଫୁଟ ଜଳ ପ୍ରବାହିତ ହେଉଛି। ସେହିଭଳି ମୁଣ୍ଡଳୀ ଉପର ମୁଣ୍ଡର ଜଳସ୍ତର ୯୫.୧୦ ଘନଫୁଟ ଥିବାବେଳେ ତଳ ମୁଣ୍ଡର ଜଳସ୍ତର ୯୨.୭୦ ଘନଫୁଟ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ନିକଟରେ ମହାନଦୀରେ ୮ ଲକ୍ଷ ୫୭ ହଜାର ୯୧୫ ଘନଫୁଟ ଜଳ ପ୍ରବାହିତ ହେଉଥିଲା ।

   Related Posts